ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ସେବାଦଳ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ସେବା ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ସେବାଦଳ ସାଧାରଣ ସଂପାଦକ କ୍ରୀଷ୍ଣା କୁମାର ପାଣ୍ଡେଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶୋକ ପ୍ରକାଶ କରିଛନ୍ତି। ପାଣ୍ଡେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ହାତରେ ଜାତୀୟ ପତାକା ଧରିଥିଲେ ବୋଲି ରାହୁଲ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏବଂ ଅନ୍ୟମାନଙ୍କ ସହ ଚାଲୁଥିବାବେଳେ ପାଣ୍ଡେ ହଠାତ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଏକ ଆମ୍ବୁଲାନ୍ସରେ ଶଙ୍କର ନଗର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପାଣ୍ଡେ ହେଉଛନ୍ତି ନାଗପୁର ବାସିନ୍ଦା। ପାଣ୍ଡେ କଂଗ୍ରେସ ପାଇଁ ନିର୍ବିକାର ଭାବେ କାମ କରୁଥିଲେ।

ସମ୍ବନ୍ଧିତ ଖବର