ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ଏକ ବୈଠକରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିବାଦୀୟ ବୟାନ ଦେଇଛନ୍ତି। ଖଡଗେ ନିଜକୁ ଜ୍ୟୋତିର୍ଲିଙ୍ଗଙ୍କ ସହ ତୁଳନା କରିଥିଲେ। ଖଡଗେ କହିଛନ୍ତି, ମୁଁ ଜଣେ ହିନ୍ଦୁ, ମୋ ନାମ ମଲ୍ଲିକାର୍ଜୁନ ଖଡଗେ, ମୁଁ ୧୨ଟି ପବିତ୍ର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ମୋ ବାପା ମୋତେ ଏଭଳି ନାମ ଦେଇଛନ୍ତି। ଖଡଗେଙ୍କ ବିବାଦୀୟ ବୟାନକୁ ବିଜେପି ନେତା ତୀବ୍ର ବିରୋଧ କରିଛନ୍ତି।
ଦିଲ୍ଲୀରେ ହୋଇଥିବା ବୈଠକରେ ଖଡଗେ କହିଛନ୍ତି ଯେ ମୋ ଦଳ ଧର୍ମନିରପେକ୍ଷ। ମୁଁ ଚାହୁଁଛି ଆମେ ସମସ୍ତେ ଏକାଠି ଚାଲିବା । ଗଣତନ୍ତ୍ରରେ ମିଳିଥିବା କ୍ଷମତାକୁ ନଷ୍ଟ କରିବା ପାଇଁ ବିଜେପି କାମ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି କେବଳ ନୈତିକତା କଥା କହୁଛି, ବରଂ ଅନୈତିକ କାମ କରିଥାଏ।
ଦିଲ୍ଲୀରେ ହୋଇଥିବା ବୈଠକରେ ଖଡଗେ କହିଛନ୍ତି ଯେ ମୋ ଦଳ ଧର୍ମନିରପେକ୍ଷ। ମୁଁ ଚାହୁଁଛି ଆମେ ସମସ୍ତେ ଏକାଠି ଚାଲିବା । ଗଣତନ୍ତ୍ରରେ ମିଳିଥିବା କ୍ଷମତାକୁ ନଷ୍ଟ କରିବା ପାଇଁ ବିଜେପି କାମ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି କେବଳ ନୈତିକତା କଥା କହୁଛି, ବରଂ ଅନୈତିକ କାମ କରିଥାଏ। କେତେବେଳେ ସେମାନେ ଇଭିଏମ୍ ରୁ ଭୋଟ୍ ଚୋରି କରନ୍ତି ତ ଆଉ କେତେବେଳେ ଆପଣଙ୍କ ନିର୍ବାଚିତ ବିଧାୟକଙ୍କୁ ଚୋରି କରିଦିଅନ୍ତି। କେତେବେଳେ ପେନସନ ଚୋରି କରିଥାଏ ତ କେତେବେଳେ ଚାଷୀଙ୍କ ଏମଏସପି ଚୋରି କରିଥାଏ ।
ବିଜେପି ନେତା ଶେହଜାଦ ପୁନାୱାଲା ଏକ ଭିଡିଓ ଜାରି କରି କହିଛନ୍ତି ଯେ ହିନ୍ଦୁ ବିଶ୍ୱାସକୁ ଅପମାନିତ କରିବା କଂଗ୍ରେସ ଦଳର ପରିଚୟ। କଂଗ୍ରେସ ପ୍ରଥମେ ଶ୍ରୀରାମଙ୍କୁ ଅପମାନିତ କରିଥିଲା। ଶ୍ରୀରାମ ଲାଲାଙ୍କ ପୂଜାର୍ଚ୍ଚନାରେ ଆୟୋଜିତ ଏହି ସମାରୋହକୁ କଂଗ୍ରେସ ନୃତ୍ୟ ଓ ଗୀତ ବୋଲି କହିଥିଲା। ଏବେ କଂଗ୍ରେସ ଭଗବାନ ଶିବଙ୍କ ଅପମାନ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/01/MA9k5dNXEldDjPer0nSg.jpeg)