ବେଙ୍ଗାଲୁରୁ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଏବଂ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ସଭାପତି ମଲ୍ଲିକାର୍ଜୁନ ଖଡଗେ। ବେଙ୍ଗାଲୁରୁରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଡାକ୍ତରମାନେ ତାଙ୍କ ଅବସ୍ଥା ଉପରେ କଡ଼ା ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଭର୍ତ୍ତି ହେବାକୁ ପଡିଥିଲା।
କୁହାଯାଉଛି ଯେ, ମଙ୍ଗଳବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ହସ୍ପିଟାଲ ପ୍ରଶାସନ ଖୁବ୍ ଶୀଘ୍ର ଏକ ବିସ୍ତୃତ ମେଡିକାଲ୍ ବୁଲେଟିନ୍ ଜାରି କରିବ ବୋଲି ଆଶା କରାଯାଉଛି। ଦଳୀୟ ନେତାମାନେ ଜୋର ଦେଇ କହିଛନ୍ତି ଯେ, ଚିନ୍ତାର କୌଣସି କାରଣ ନାହିଁ। କିନ୍ତୁ ଖଡଗେଙ୍କ ଅବସ୍ଥା ସମ୍ପୂର୍ଣ୍ଣ ସ୍ଥିର ନହେବା ପର୍ଯ୍ୟନ୍ତ ସେ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ।
୮୨ ବର୍ଷ ବୟସ୍କ ଖଡଗେ ଭାରତୀୟ ରାଜନୀତିର ସବୁଠାରୁ ଅଭିଜ୍ଞ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ। ଅକ୍ଟୋବର ୨୦୨୨ ଠାରୁ ଏଆଇସିସି ସଭାପତି ଭାବରେ, ସେ କଂଗ୍ରେସକୁ ଅନେକ ନିର୍ବାଚନୀ ଚ୍ୟାଲେଞ୍ଜର ସାମ୍ନା କରି ଆଗକୁ ବଢ଼ାଉଛନ୍ତି ଏବଂ ଦଳର ଜାତୀୟ ରଣନୀତି ଗଠନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଗତ କିଛି ଦିନ ହେବ ଖଡଗେ ଗୋଟିଏ ପରେ ଗୋଟିଏ ରାଜନୈତିକ କାର୍ଯ୍ୟକ୍ରମ ଏବଂ ବୈଠକରେ ଯୋଗ ଦେଇଥିଲେ, ଯାହା ତାଙ୍କ ସ୍ବାସ୍ଥ୍ୟ ସମସ୍ୟାର କାରଣ ବୋଲି କୁହାଯାଉଛି।
mallikarjun kharge
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/01/new-project-1-2025-10-01-09-11-48.jpg)