କେନ୍ଦ୍ର ବିରୋଧରେ ଏକଜୁଟ ହେଲେଣି ବିରୋଧୀ, ୪ ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀଦଳ ନେତାଙ୍କୁ ସୋନିଆଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ବିରୋଧୀମାନଙ୍କୁ ଏକଜୁଟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ଭର୍ଚୁଆଲ ମିଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ବୈଠକରେ ସଂସଦରେ ବିରୋଧୀଦଳମାନଙ୍କର ସ୍ୱର ଶାଣିତ କରିବା ଉପରେ ଆଲୋଚନା ହୋଇପାରେ ।

ଏନସିପି ମୁଖ୍ୟ ଶରଦ ପାୱାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବି ୨୦ ତାରିଖରେ ହେବାକୁ ଥିବା ବୈଠକକୁ ନିମନ୍ତ୍ରଣ କରାଯାଇଛି । ଏହି ଭର୍ଚୁଆଲ ବୈଠକ ପରେ ଆଗାମୀ ସପ୍ତାହରେ ମଧ୍ୟ‌ାହ୍ନ କିମ୍ବା ଏକ ରାତ୍ରଭୋଜନ ପାର୍ଟିର ଆୟୋଜନ ହୋଇପାରେ ।

Sonia Gandhi admitted to hospital for check up | India News - Times of India
Times of India

ଉଲ୍ଲେଖଯୋଗ୍ୟ, ୧୫ ରୁ ଅଧିକ ବିରୋଧୀ ଦଳ ଚଳିତ ମୌସୁମୀ ଅଧିବେଶନରେ ଯେଭଳି ଏକଜୁଟ ହୋଇ ସରକାରଙ୍କୁ ଘେରିଲେ ତାହା ବିରୋଧୀଦଳମାନଙ୍କର ମନୋବଳ ବୃଦ୍ଧି କରିଛି । ଅନ୍ୟପଟେ ଆଜି ସକାଳେ ବିରୋଧୀଦଳ ନେତାମାନେ ସଂସଦରୁ ଯନ୍ତରମନ୍ତର ପର୍ଯ୍ୟନ୍ତ ଏକ ବିକ୍ଷୋଭ ରାଲି କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ବିରୋଧରେ ମମତା ବାନାର୍ଜୀ ପ୍ରଥମେ ବିରୋଧୀମାନଙ୍କୁ ଏକଜୁଟ କରିବାକୁ ଲକ୍ଷ ରଖି ‘ଏବେ ସାରା ଦେଶରେ ଖେଲା ହବେ’ର ସ୍ଲୋଗାନ ଦେବା ପରେ ଏବେ ବିରୋଧୀ ଦଳ ଧିରେ ଧିରେ ଏକଜୁଟ ହେବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର