ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରୁଥିବା ରାହୁଲ୍ ଗାନ୍ଧୀଙ୍କୁ ସମର୍ଥନ କରି ଆୟୋଜିତ କଂଗ୍ରେସର ‘ସତ୍ୟାଗ୍ରହ’ ପଦଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମାଲୋଚନା କରି କହିଛନ୍ତି, ଗାନ୍ଧୀ ପରିବାର ସମ୍ପତ୍ତି ସୁରକ୍ଷା ପାଇଁ କଂଗ୍ରେସ ତଦନ୍ତକାରୀ ଏଜେନ୍ସି ଉପରେ ଚାପ ପକାଉଛି।
ସେ କହିଛନ୍ତି, ଦୁର୍ନୀତି ଧରାପଡ଼ିଯାଇଥିବାରୁ ତଦନ୍ତକାରୀ ଏଜେନ୍ସି ଉପରେ ସିଧାସଳଖ ଚାପ ପକାଇବା ଲାଗି କଂଗ୍ରେସ ନେତାମାନେ ବାଟଘାଟରେ ପ୍ରତିବାଦ କରୁଛନ୍ତି। ଏହା ଗାନ୍ଧୀ ପରିବାରର ସମ୍ପତ୍ତି ସୁରକ୍ଷା ପାଇଁ ଉଦ୍ୟମ।
Image Courtesy of Deccan Heraldସେ ଆହୁରି ମଧ୍ୟ କହିଛନ୍ତି, ୧୯୩୦ ଦଶକରେ ୫୦୦୦ ସ୍ବାଧୀନତା ସଂଗ୍ରାମୀଙ୍କୁ ଅଂଶୀଦାର ଭାବେ ନେଇ ‘ଆସୋସିଏଟ୍ ଜର୍ଣ୍ଣାଲ୍ସ୍ ଲିମିଟେଡ୍’ ଗଠନ କରାଯାଇଥିଲା। ଯେଉଁ କମ୍ପାନିକୁ ସ୍ବାଧୀନତା ସଂଗ୍ରାମୀମାନେ ପରିଚାଳନା କରିବା କଥା ତାହାକୁ ଗାନ୍ଧୀ ପରିବାର ବେଆଇନ ଭାବେ ଦଖଲ କରିନେଇଛନ୍ତି।
Image Courtesy of Times Nowଖବରକାଗଜ ପ୍ରକାଶ କରିବା ‘ଏଜେଏଲ୍’ର ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା। କିନ୍ତୁ, କମ୍ପାନି ଆଉ ଖବରକାଗଜ ପ୍ରକାଶ ନ କରି ରିୟଲ୍ ଇଷ୍ଟେଟ୍ ବ୍ୟବସାୟ କରିବ ବୋଲି ୨୦୦୮ରେ ଘୋଷଣା କରିଥିବା ପରି ମନେହେଉଛି। କଂଗ୍ରେସ ପାର୍ଟି ୯୦ କୋଟି ଟଙ୍କାର ଋଣ ଛାଡ଼ କରିଥିବା କଥା ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି।
କଂଗ୍ରେସକୁ ଅର୍ଥ ଦାନ କରିଥିବା ଦାତାମାନଙ୍କୁ ଇରାନୀ ପଚାରିଛନ୍ତି, ଆପଣମାନେ ଜାଣିନ୍ତି ତ କଂଗ୍ରେସ ପାର୍ଟି ସର୍ବସାଧାରଣଙ୍କ ଲାଭ ଏବଂ ସର୍ବସାଧାରଣଙ୍କ ସେବାରେ ଉକ୍ତ ଅର୍ଥ ବିନିଯୋଗ ନ କରି ଗାନ୍ଧୀ ପରିବାରର ଲାଭ ପାଇଁ ବିନିଯୋଗ କରୁଛି?
ଆପଣା ସ୍ବାର୍ଥ ରକ୍ଷା କରିବା ଲାଗି ଗାନ୍ଧୀ ପରିବାର ଜନତାଙ୍କୁ ଆମନ୍ତ୍ରଣ କରିଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟରୁ ପଦଯାତ୍ରାରେ ବାହାରି ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ପାର୍ଟି ‘ପ୍ରତିହିଂସା’ ବୋଲି କହିବା ସହ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Smriti-Irani-to-Congress_Thumbnail.jpg)