ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ଅଡ଼ୁଆ ବଢ଼ି ଚାଲିଛି। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରେ ଅସନ୍ତୁଷ୍ଟ ଥିବା ବିଦ୍ରୋହୀ କଂଗ୍ରେସ ନେତାମାନଙ୍କୁ ବୁଝାଇବାପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରୟାସ ଜାରି ରଖିଛନ୍ତି। ବିଦ୍ରୋହୀ ନେତାମାନଙ୍କୁ ବୁଝାଇବାପାଇଁ ସେମାନଙ୍କୁ ମନ୍ତ୍ରୀପଦ ଅଫର୍ ଦିଆଯାଇଥିବାରୁ ଦଳର ବିଶ୍ବସ୍ତ ନେତାମାନେ ଏଥିରେ ବିଗିଡ଼ି ଯାଇଛନ୍ତି। କିଛି ବିଶ୍ବସ୍ତ ନେତା ଏବେ ପ୍ରଶ୍ନ କରିଛନ୍ତି, ଯଦି ବିଦ୍ରୋହୀ ନେତାଙ୍କୁ ମନ୍ତ୍ରୀପଦ ମିଳୁଛି ତେବେ ବିଶ୍ବସ୍ତଙ୍କୁ କାହିଁକି ମନ୍ତ୍ରୀପଦ ମିଳିବନି। ବିଧାୟକ ଅଜୟ ସିଂହ, ଭି ମୁନିୟାପ୍ପା ଏବଂ ଏଚ୍ ନଗେଶ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଅଜୟ ସିଂହ ଦଳୀୟ ନେତାଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ତୁଟୁନି କର୍ଣ୍ଣାଟକ କଂଗ୍ରେସ ଅଡ଼ୁଆ
/sambad/media/post_attachments/wp-content/uploads/2019/05/karnatak-congress.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)