ୟୁପିରୁ ଆରମ୍ଭ ହେବ କଂଗ୍ରେସର ‘ପ୍ରୋଜେକ୍ଟ ଶକ୍ତି’

ମେରଠ: କଂଗ୍ରେସକୁ ଦେଶବ୍ୟାପୀ ପୁନର୍ବାର ଛିଡ଼ା କରାଇବା ଲାଗି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୂଆ ନୂଆ ବିକଳ୍ପ ଆପଣାଉଛନ୍ତି। ଏବେ ‘ପ୍ରୋଜେକ୍ଟ ଶକ୍ତି’ ଦ୍ୱାରା କଂଗ୍ରେସକୁ ନୂଆ ଶକ୍ତି ପ୍ରଦାନ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶରୁ ଏହା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରୋଜେକ୍ଟ ଶକ୍ତି ମାଧ୍ୟମରେ ରାହୁଲ କଂଗ୍ରେସ ସହ ସାମିଲ ହେବାକୁ ଚାହୁଥିବା ଲୋକଙ୍କ ସହିତ ସିଧାସଳଖ ଫୋନ୍‌ ଯୋଗେ କଥା ହେବେ। ଏମିତି ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଡକାଇ ସିଧାସଳଖ ଆଲୋଚନା କରିବେ। ୟୁପିର ବରିଷ୍ଠ କଂଗ୍ରେସ ନେତା ମଧ୍ୟ ସାଧାରଣ ଜନତାଙ୍କ ସହିତ ସଂପର୍କ ମଜଭୁତ କରିବା ଲାଗି ଏକାଧିକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଏଥିପାଇଁ ଲୋକଙ୍କୁ ହ୍ଵାଟ୍‌ସଆପ୍‌ ମାଧ୍ୟମରେ ଯୋଗାଯୋଗ କରାଯାଇ ଦଳରେ ସାମିଲ ହେବାକୁ ଆହ୍ଵାନ ଦିଆଯାଉଛି। କାର୍ଯ୍ୟକର୍ତ୍ତାମାନଙ୍କୁ ପରସ୍ପର ସହିତ ଯୋଡ଼ିବା ସକାଶେ ‘ପ୍ରୋଜେକ୍ଟ ଶକ୍ତି’ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୧୯ରେ ଏହା ଉତ୍ତର ପ୍ରଦେଶରୁ ଆରମ୍ଭ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର