ନୂଆଦିଲ୍ଲୀ : ନିଟ୍-ଜେଇଇ ୨୦୨୦ ପରୀକ୍ଷା ଆୟୋଜନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ନିଟ୍-ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାପାଇଁ କଂଗ୍ରେସ ଦାବି କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି , କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି ଯେ, ସରକାର ଛାତ୍ର ସମୁଦାୟର ସ୍ବର ପ୍ରତି କର୍ଣ୍ଣପାତ କରୁନାହାନ୍ତି। ମହାମାରୀ ସମୟରେ ଏଭଳି ପରୀକ୍ଷା ଆୟୋଜନ ପୂର୍ବରୁ ସରକାର ଛାତ୍ରଙ୍କ କଥା ଶୁଣିବା ଜରୁରୀ ବୋଲି ସେମାନେ କହିଛନ୍ତି। ଆଜି ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ଅନେକଙ୍କୁ ପୁଲିସ ଅଟକ ରଖିଥିଲା। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସେମାନଙ୍କ ଉଦ୍ବେଗକୂ ସରକାର ଗ୍ରହଣ କରିବେ ବୋଲି ସେ ଆଶା ରଖିଛନ୍ତି। କେରଳରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ ହିଂସାତ୍ମକ ମୋଡ଼ ନେବାରୁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା ଏବଂ ବହୁ ସଂଖ୍ୟାରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖାଯାଇଥିଲା। ରାହୁଲ ଗାନ୍ଧି ଟ୍ବିଟ୍ କରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ନିରାପତ୍ତା ପାଇଁ କେନ୍ଦ୍ର ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଦାବି ଶୁଣିବାକୁ ବାଧ୍ୟ କରାଯାଉ।
କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ
/sambad/media/post_attachments/wp-content/uploads/2020/08/WhatsApp-Image-2020-08-28-at-12.59.50-PM-e1598600259997-696x391.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)