‘ଦି ଆକ୍ସ‌ିଡେଣ୍ଟାଲ୍‌ ପ୍ରାଇମ୍‌ମିନିଷ୍ଟର’ ଟ୍ରେଲର୍‌କୁ କଂଗ୍ରେସର ବିରୋଧ

ମୁମ୍ବାଇ: ବହୁଚର୍ଚ୍ଚିତ ‘ଦି ଆକ୍ସ‌ିଡେଣ୍ଟାଲ୍‌ ପ୍ରାଇମ୍‌ମିନିଷ୍ଟର’ ଚଳଚ୍ଚିତ୍ରର ଟ୍ରେଲର୍‌ ଆଜି ରିଲିଜ୍‌ ହେବା ପରେ ଏହା ଚହଳ ସୃଷ୍ଟି କରିଛି। ଟ୍ରେଲର୍‌କୁ ଯୁବ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ଏବଂ ରିଲିଜ୍‌ ପୂର୍ବରୁ ଚଳଚ୍ଚିତ୍ର ଯୁବ କଂଗ୍ରେସକୁ ନଦେଖାଇଲେ ତାହାକୁ ରିଲିଜ୍‌ କରାଇଦିଆଯିବ ନାହିଁ ବୋଲି ଫିଲ୍ମ ନିର୍ମାତାଙ୍କୁ ଚେତାବନୀ ଦିଆଯାଇଛି। ଏହି ରାଜନୈତିକ ଡ୍ରାମାରେ ଅନୁପମ୍‌ ଖେର୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସଞ୍ଜୟ ବାରୁଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଦି ଆକ୍ସ‌ିଡେଣ୍ଟାଲ୍‌ ପ୍ରାଇମ୍‌ମିନିଷ୍ଟର’ ଆଧାରରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଆଗାମୀ ଜାନୁଆରି ୧୧ ତାରିଖ ଦିନ ଏହା ମୁକ୍ତିଲାଭ କରିବ ବୋଲି ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର