ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଘାଟଠାରେ କଂଗ୍ରେସର ସତ୍ୟାଗ୍ରହ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି | ଆଜି କଂଗ୍ରେସ ପକ୍ଷରୁ ଏହି ଆଇନ  ବିରୋଧରେ ରାଜଘାଟଠାରେ ସତ୍ୟାଗ୍ରହ ଆରମ୍ଭ ହୋଇଛି | କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଏହି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି | ଏହି ଅଵସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ |

Photo-ANI

ତାଙ୍କ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସମ୍ବିଧାନର ପ୍ରସ୍ତାବନା ପଢ଼ିଛନ୍ତି | ଏହି ଅଵସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ନାଗରିକତା ଆଇନ ପାଇଁ ଗଣତନ୍ତ୍ର ବିପଜ୍ଜନକ ସ୍ଥିତିରେ ଅଛି | ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏଜେଣ୍ଡା ଏବେ ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ)ର ଏଜେଣ୍ଡା ସାବ୍ୟସ୍ତ ହୋଇଛି | ମୋଦୀ ଦେଶକୁ ବିଭକ୍ତ କରିବାକୁ ଚାଁହୁଥିବା ବେଳେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ |

ସତ୍ୟାଗ୍ରହରେ ଉପସ୍ଥିତ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟରେ ଏହି ଆଇନକୁ ସେମାନଙ୍କ ରାଜ୍ୟରେ ଲାଗୁ ନ କରାଇ ଦେବେନାହିଁ ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର