ଲକ୍ଷ୍ନୌ : ସୋମବାର ରାତିରେ ଉତ୍ତରପ୍ରଦେଶର ହଜରତଗଞ୍ଜ ନିକଟରୁ ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ମୁଖ୍ୟ ସାହାନଵାଜ ଆଲାମ୍ ଗିରଫ ହେବା ପରେ ଦଳୀୟ କର୍ମୀଙ୍କ ପ୍ରତିବାଦ ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ରାଜ୍ୟରେ କଂଗ୍ରେସକୁ ଭାଙ୍ଗି ଏହାର ଏକ ଗୋଷ୍ଠୀକୁ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟିର ମୁକାବିଲା ପାଇଁ ଛିଡ଼ା କରାଇବା ଲାଗି ଶାସକ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି କେହି କେହି ଅଭିଯୋଗ କରିଛନ୍ତି। ଏକ ଥାନା ଆଗରେ ପ୍ରତିବାଦ ସୂଚକ ଧାରଣା ଦେବାକୁ ପ୍ରଶାସନ ହିଁ କଂଗ୍ରେସ ଦଳକୁ ଅନୁମତି ଦେଇଥିଲା। ତେବେ ଏହି ଅବସରରେ ସଂଖ୍ୟାଲଘୁ ସେଲ୍ ମୁଖ୍ୟ ଆଲାମ୍ଙ୍କୁ ଏପରି ଗିରଫ କରିବା ପଛରେ କି କାରଣ ରହିଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ପୂର୍ବରୁ ସିଏଏ ବିରୋଧରେ ଏବଂ ନିକଟରେ ପ୍ରବାସୀ ବସ୍ ଯାତ୍ରା ବିବାଦରେ କଂଗ୍ରେସ କର୍ମୀମାନଙ୍କୁ ଆନ୍ଦୋଳନ କରିବା ପାଇଁ ପରୋକ୍ଷରେ ସୁଯୋଗ ଦିଆଯାଇଥିଲା। ସେହିପରି ରାଜ୍ୟ ବିରୋଧୀ ଶିବିରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ ସଶକ୍ତ ହୋଇ ବାହାରିବାକୁ ମଉକା ମିଳୁଛି। ତେଣୁ ୨୦୧୭ ରାଜ୍ୟ ନିର୍ବାଚନରେ ମାତ୍ର ୭ଟି ଆସନ ଦଖଲ କରିଥିବା ଦେଶର ଏହି ସର୍ବପୁରାତନ ଦଳକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟିକୁ ଟକ୍କର ଦେବା ଲାଗି ଏପରି ଯୋଜନା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ସମାଜବାଦୀ ପାର୍ଟିର ମୁକାବିଲା ପାଇଁ ଯୁପି କଂଗ୍ରେସକୁ ଭାଙ୍ଗିବା ମସୁଧା
/sambad/media/post_attachments/wp-content/uploads/2020/07/up-congress.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)