ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ବିଦେଶ ଗସ୍ତରେ ଯାଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀ ବ୍ୟକ୍ତିଗତ କାମରେ ୟୁରୋପ ଯାଇଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ଏବଂ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସେ ଜୁଲାଇ ୧୭ରେ ଫେରିବେ ବୋଲି ଆଶା କରାଯାଉଛି। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ରେ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ୬ରେ ଶେଷ ହେବ। ସଂସଦର ଏହି ଅଧିବେଶନରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚିତ ହେବେ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଏବଂ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।
ତେବେ 'ଭାରତ ଯୋଡୋ ଯାତ୍ରା' ତଥା କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ପାଇଁ ଗୁରୁବାର ଦିନ ଆୟୋଜିତ ହେବାକୁ ଥିବା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାହୁଲ ଯୋଗ ଦେଇ ପାରିବେ ନାହିଁ। ଏହି ବୈଠକରେ କଂଗ୍ରେସର ଅନ୍ୟ ନେତା ଯୋଗ ଦେବାକୁ ଥିବା ବେଳେ ରାହୁଲ ଅନୁପସ୍ଥିତ ରହିବେ।
ଏହା ପୂର୍ବରୁ ଏପ୍ରିଲ ମାସରେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଛୁଟି ମନାଇବାକୁ ରାହୁଲ ଗାନ୍ଧୀ ବିଦେଶ ଚାଲିଯାଇଥିଲେ। ଏହା ସହ ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ରାହୁଲ ବିଦେଶ ଗସ୍ତରେ ଯାଇଥିଲେ। ସେ ସମୟରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ ରାହୁଲ ବିଦେଶ ଯାଇଥିଲେ। ସେହିପରି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଠିକ ମାସକ ପୂର୍ବରୁ ମଧ୍ୟ ରାହୁଲ ବିଦେଶ ଗସ୍ତରେ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-97.jpg)