ମୋଦୀଙ୍କୁ ବକ୍ସର ବୋଲି ସମ୍ବୋଧନ କଲେ ରାହୁଲ, କହିଲେ; ସେ କାହାକୁ ମାରିବେ ଜାଣି ନ ପାରି ଗରିବ ଉପରେ ପ୍ରହାର କରୁଛନ୍ତି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ହରିୟାଣାର ଭିବାନୀରେ ଏକ ଜନସଭାରେ ଯୋଗ ଦେଇ ମୋଦୀଙ୍କୁ ବକ୍ସର ବୋଲି ସମ୍ବୋଧନ କରିଛନ୍ତି । ପୂର୍ବରୁ ମୋଦୀଙ୍କୁ ଚୌକିଦାର ଚୋର୍‌ ହେ ବୋଲି କହିବା ପରେ ଏବେ ରାହୁଲଙ୍କ ବକ୍ସର ନାମାକରଣ ଲୋକମାନଙ୍କ ମନରେ କୌତୁହ ସୃଷ୍ଟି କରିଛି । ତେବେ ମୋଦୀଙ୍କୁ ବକ୍ସର ବୋଲି ସମ୍ବୋଧନ କରି ସେ କାହାକୁ ପ୍ରହାର କରିବେ ଜାଣି ପାରୁ ନଥିବା କହିଛନ୍ତି ରାହୁଲ ।

jansatta.com

ତାଙ୍କ କହିବା ଅନୁଯାୟୀ, ୨୦୧୪ରେ କ୍ଷମାତାକୁ ଆସିବା ପରେ ଜନତାଙ୍କର ତାଙ୍କ ଉପରେ ବହୁତ ଆଶା ରହିଥିଲା । ସେ କ୍ଷମାତାକୁ ଆସିଲେ ବେରୋଜଗାର, କୃଷକଙ୍କ ସମସ୍ୟା ଏବଂ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବେ ବୋଲି ଲୋକେ ଭାବିଥିଲେ । କିନ୍ତୁ ହେଲା ପୂରା ଓଲଟା । ସେ ଏ ସବୁ ବିରୋଧରେ ଲଢ଼ିବା ପରିବର୍ତ୍ତେ ନିଜ କୋଚ ଆଡ୍‌ବାଣୀ ଜୀ, ନିଜ ଟିମ୍‌ ଗଡ଼କାରୀ ଜୀ ଏବଂ ଜେଟ୍‌ଲୀ ଜୀଙ୍କ ଉପରେ ପ୍ରହାର କରିଥିଲେ । ଏହା ପରେ ଭିଡ଼କୁ ଓହ୍ଲାଇ କୃଷକ ଏବଂ ଗରିବ ଲୋକମାନଙ୍କ ଉପରେ ପ୍ରହାର କରିବା ଆରମ୍ଭ କରିଥିଲେ । ଏବେ ଜନତା ଚିନ୍ତାରେ ଥିବା ବେଳେ ବକ୍ସର କାହା ଉପରେ ପ୍ରହାର କରିବେ ତାହା ଜାଣି ପାରୁ ନାହାନ୍ତି । ବକ୍ସର ମଇଦାନକୁ ଆସିଗଲେ କିନ୍ତୁ କାହା ସହ ଲଢ଼ିବେ, ତାହା ଜାଣି ପାରୁ ନାହାନ୍ତି ବୋଲି କହିଛନ୍ତି ରାହୁଲ ।

ସମ୍ବନ୍ଧିତ ଖବର