ଆମେରିକା ନିର୍ବାଚନରେ ଇଭିଏମର ବ୍ୟବହାର ହୋଇଥିଲେ ଟ୍ରମ୍ପ ହାରି ନଥାନ୍ତେ :  କଂଗ୍ରେସ

ପାଟନା : ବିହାର ନିର୍ବାଚନର ଗଣତି ଆରମ୍ଭ ହେବାର ଇତି ମଧ୍ୟରେ ୭ ଘଣ୍ଟା ବିତିଯାଇଥିଲେ ମଧ୍ୟ  ମହାମେଣ୍ଟ ତୁଳନାରେ ଏନଡିଏ ମେଣ୍ଟ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିପାରିଛି । ପ୍ରାୟ ସମସ୍ତ ଏକଜିଟ ପୋଲରେ ମହାମେଣ୍ଟର ବିଜୟ ସମ୍ପର୍କରେ ପୂର୍ବାନୁମାନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଆସିଥିବା ଫଳାଫଳ ତାହାର ଠିକ ବିପରୀତ ଫଳାଫଳ ଆସିଛି ।

ଏହା ପରେ କଂଗ୍ରେସ ପକ୍ଷରୁ ପୁଣି ଥରେ ଇଭିଏମ ପ୍ରସଙ୍ଗ ଉଠାଯାଇଛି । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି ଯେ ଇଭିଏମଗୁଡ଼ିକ ଟାମ୍ପର ପ୍ରୁଫ ନୁହେଁ, ଅର୍ଥାତ ସେଗୁଡ଼ିକର ଫଳାଫଳରୁ ବଦଳାଇହେବ । ଏଥର ବି କେତେକାଂଶରେ ଇଭିଏମ ଟାମ୍ପରିଂ କରାଯାଇଛି । କେତେକ ଆସନ ରହିଛି ଯେଉଁଗୁଡ଼ିକରେ ଆମେ (ୟୁପିଏ) କେବେ ମଧ୍ୟ ହାରିବ ନାହିଁ । କିନ୍ତୁ ସେସବୁ ସିଟରେ ହଜାର ହଜାର ଭୋଟରେ ପଛୁଆ ଅଛି । ଫଳାଫଳର ସମୀକ୍ଷା କରିବାକୁ ଆମେ ଆସନ୍ତା କାଲି ଏକ ବୈଠକ ଡାକିଛୁ ।

 

ଅନ୍ୟପକ୍ଷରେ କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି ଯେ, ଇଭିଏମ ଗୁଡ଼ିକର ନିରପେକ୍ଷତା ଉପରେ ତାଙ୍କର ସଂଦେହ ରହିଛି । ଯଦି ଆମେରିକାରେ ଇଭିଏମରେ ଭୋଟ ହୋଇଥାନ୍ତା,ତେବେ ଟ୍ରମ୍ପ ନିର୍ବାଚନ ହାରିନଥାନ୍ତେ ।

ତେବେ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ ଇଭିଏମଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରପେକ୍ଷ । ଉପ ନିର୍ବାଚନ ଆୟୋଗ ସୁଦୀପ ଜୈନ କହିଛନ୍ତି ଯେ ଇଭିଏମଗୁଡ଼ିକର ସ୍ବଚ୍ଛତା ପୂର୍ବରୁ ବହୁବାର ପ୍ରମାଣିତ ହୋଇଛି । ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ମୋହର ମାରିଛନ୍ତି । ପୂର୍ବରୁ ୨୦୧୭ରେ ଆୟୋଗ ପକ୍ଷରୁ ଇଭିଏମ ଟ୍ୟାମ୍ପରିଂ କରି ଦେଖାଇବାକୁ ଚ୍ୟାଲେଞ୍ଜ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର