ହରିଆଣା ବିଧାନସଭା ନିର୍ବାଚନରେ ମାୟାବତୀଙ୍କ ସହ ହାତ ମିଳାଇବ କଂଗ୍ରେସ!

ନୂଆଦିଲ୍ଲୀ: ଆଗାମୀ ଡିସେମ୍ବର ମାସରେ ହେବାକୁ ଥିବା ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଗତିବିଧି ବଢ଼ିଛି । ଏଭଳି ସମୟରେ ଏକ ବଡ଼ ଖବର ମିଳିଛି ଯେ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବହୁଜନ ସମାଜବାଦୀ ପାର୍ଟି ନିର୍ବାଚନୀ ମେଣ୍ଟ  କରିବେ।

ବିଜେପିର ମୁକାବିଲା କରିବାକୁ କଂଗ୍ରେସ ଏକାକୀ ସମର୍ଥ ନୁହେଁ ବୋଲି କଂଗ୍ରେସ ଅନୁଭବ କରିବାପରେ ନବନିଯୁକ୍ତ  ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କୁମାରୀ ଶୈଳଜା ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଭେଟିଥିବାର ଖବର ମିଳିଛି । ଖାଲି ସେତିକିନୁହେଁ ଏହାସହ ନିର୍ବାଚନ ପ୍ରଚାର କମିଟିର ମୁଖ୍ୟ ଭୁପିନ୍ଦର ସିଂ ହୁଡା ମଧ୍ୟ ମାୟାବତୀଙ୍କୁ ସାକ୍ଷାତ କରିଛନ୍ତି ।

ସୂଚନାଯୋଗ୍ୟ ଗତ ଲୋକସଭା ନିର୍ବାଚନ ପୂର୍ବରୁ ମାୟାବତୀ ଆଇଏନଏଲଡି ସହ ମେଣ୍ଟ କରିଥିଲେ । କିନ୍ତୁ ନିର୍ବାଚନ ପୂର୍ବରୁ ସେ ଏହାକୁ ଭାଙ୍ଗି ଦେଇଥିଲେ । ପରେ ବିଜେପିରୁ ଅଲଗା ହୋଇ ନୂଆ ପାର୍ଟି ଗଢିଥିବା ରାଜକୁମାର ସୈନୀଙ୍କ ସହ ହାତ ମିଳାଇଥିଲେ । କିନ୍ତୁ ନିର୍ବାଚନରେ ସଫଳତା ନ ମିଳିବା ପରେ ଏହା ବେଶୀଦିନ ଚାଲି ନଥିଲା ।

PHOTO-ONEINDIA

ତାପରେ ବିଏସପି ଜନନାୟକ ଜନତା ପାର୍ଟି ସହ ମେଣ୍ଟ କରିଥିଲା । କିନ୍ତୁ କିଛିଦିନ ପୂର୍ବରୁ ମାୟାବତୀ ଏହି ମେଣ୍ଟ ଭାଙ୍ଗି ଦେଇଥିଲେ ।  ଏବେ ମାୟାବତୀ କଂଗ୍ରେସ ସହ ମେଣ୍ଟ କରି ଆଗାମୀ ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର