୨୦୧୯ ପାଇଁ କଂଗ୍ରେସର ସଜବାଜ

ଗଢ଼ିଲା ୩ଟି ଗୁରୁତ୍ୱପୂର୍ଣ୍ଣ କମିଟି, ପ୍ରଚାର କମିଟିରେ ଭକ୍ତଚରଣ ଦାଶ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆଜି ୩ଟି କମିଟି ଗଠନ କରିଛି। ଦଳ ମଧ୍ୟରେ ସମନ୍ଵୟ ରକ୍ଷା କରିବା, ପ୍ରଚାର ଏବଂ ବିିଭିନ୍ନ ଇସ୍ତାହାର ଆଦିର ତଦାରଖ ନିମନ୍ତେ ଏହି କମିଟି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗଠନ କରିଛନ୍ତି। ସୂଚନା ମୁତାବକ ଦଳ ମଧ୍ୟରେ ସମନ୍ଵୟ ରଖିବା ନିମନ୍ତେ ଏକ ୯ ଜଣିଆ କୋର୍‌ କମିଟି ଗଠିତ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଏ କେ ଆଣ୍ଟୋନି, ଗୁଲାମ ନବୀ ଆଜାଦ, ପି ଚିଦମ୍ବରମ୍‌, ଅଶୋକ ଗେହଲଟ, ମଲ୍ଲିକାର୍ଜୁନ୍‌ ଖଡ଼ଗେ, ଅହମ୍ମଦ ପଟେଲ୍‌, ଜୟରାମ ରମେଶ, ରଣଦୀପ ସୁର୍ଜେଓ୍ଵାଲା ଏବଂ କେ ସି ବେଣୁଗୋପାଳ ରହିଛନ୍ତି। ଦ୍ୱିତୀୟ କମିଟିରେ ୧୯ ଜଣ ସଦସ୍ୟ ରହିଛନ୍ତି। ସାଧାରଣ ନିର୍ବାଚନ ନିମନ୍ତେ ଦଳର ଇସ୍ତାହାର ପ୍ରସ୍ତୁତି ନିମନ୍ତେ ଏହି କମିଟି ଗଠିତ ହୋଇଛି। ନିର୍ବାଚନ ସମୟରେ ଦଳର ପ୍ରଚାରକୁ ତଦାରଖ ନିମନ୍ତେ ଏକ ୧୩ ଜଣିଆ କମିଟି ଗଠନ କରାଯାଇଛି। ଏଆଇସିସିର ଏହି ୧୩ ଜଣିଆ ପ୍ରଚାର କମିଟିରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟର ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାଶ ସ୍ଥାନ ପାଇଛନ୍ତି। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ମନୀଷ ତିଓ୍ଵାରୀ, ରାଜୀବ ଶୁକ୍ଳା, ପ୍ରମୋଦ ତିଓ୍ଵାରୀ, ରଣଦୀପ ସୁର୍ଜେଓ୍ଵାଲା, ଆନନ୍ଦ ଶର୍ମା ପ୍ରମୁଖ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର