ଶିମ୍ଲା : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଶନିବାର ଦିନ ଏହାର ନିର୍ବାଚନ ଇସ୍ତାହାର ‘ କଂଗ୍ରେସ ପ୍ରତିଜ୍ଞା ପତ୍ର’ ଜାରି କରିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପସ୍ଥିତିରେ କଂଗ୍ରେସର ନିର୍ବାଚନ ଇସ୍ତାହାର ଜାରି ହୋଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ନେତାମାନେ ହେଉଛନ୍ତି ହିମାଚଳପ୍ରଦେଶର ଏଆଇସିସି ପ୍ରଭାରୀ ରାଜୀବ ଶୁକ୍ଳା, ପୂର୍ବତନ ରାଜ୍ୟ କଂଗ୍ରେସ ମୁଖ୍ୟ ସୁଖୱିନ୍ଦର ସିଂହ ସୁଖୁ। ଇସ୍ତାହାରରେ ଦରବୃଦ୍ଧି, ବେକାରୀ ସମସ୍ୟା ଏବଂ କର୍ମଚାରୀଙ୍କ ଅସୁବିଧା ପ୍ରସଙ୍ଗ ରହିଛି।
ଇସ୍ତାହାରରେ ଦିଆଯାଇଥିବା ପ୍ରମୁଖ ପ୍ରତିଶ୍ରୁତି ହେଉଛି ରାଜ୍ୟରେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ଏବଂ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ କର୍ମଚାରୀଙ୍କ ବକେୟା ମିଳିବ ଏବଂ ଠିକା କର୍ମଚାରୀଙ୍କୁ ୨ ବର୍ଷ ମଧ୍ୟରେ ନିୟମିତ କରାଯିବ। ଶିକ୍ଷା ଏବଂ ନିଯୁକ୍ତି ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗ ପାଇଁ କଂଗ୍ରେସ ଏକ ଯୁବ କମିସନ ଗଠନ କରିବ ବୋଲି ଘୋଷଣା କରିଛଇ। ପୂର୍ବରୁ କଂଗ୍ରେସ ଦ୍ବାରା ଘୋଷଣା ହୋଇଥିବା ୧୦ଟି ପ୍ରତିଶ୍ରୁତି ମଧ୍ୟ ଇସ୍ତାହାରରେ ରହିଛି। କଂଗ୍ରେସ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି , ୧୮ରୁ ୬୦ ବର୍ଷ ମଧ୍ୟରେ ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଏବଂ ଷ୍ଟାଟଅପ୍ ୟୁନିଟ୍ ପାଇଁ ପ୍ରତି ନିର୍ବାଚନମଣ୍ଡଳୀକୁ କଂଗ୍ରେସ ୧୦ କୋଟି ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/congress-himachal-predesh.jpg)