ବାଲେଶ୍ୱରରେ ଏମ୍‌ସ୍‌ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା ପ୍ରସଙ୍ଗ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି

ନୂଆଦିଲ୍ଲୀ : ବାଲେଶ୍ବର ଏମ୍ସ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା ନେଇ ଆଜି ଓଡିଶା କଂଗ୍ରେସର ପ୍ରଭାରୀ ଡାକ୍ଟର ଏ.ଚେଲ୍ଲା କୁମାରଙ୍କ ନେତୃତ୍ବରେ ଦୁଇ ଜଣିଆ କଂଗ୍ରେସ ପ୍ରତିନିଧି ମଣ୍ଡଳ କେନ୍ଦ୍ରସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କୁ ସାକ୍ଷାତ କରିଛନ୍ତି। ଏହି ହସପିଟାଲ ପାଇଁ ୪୫୦ କୋଟିଟଙ୍କା ମଂଜୁର କରାଯାଇଥିବା ବେଳେ କାହିଁକି କେନ୍ଦ୍ର ସରକାର ଏ ଯାଏଁ କାମ ଆରମ୍ଭ କରି ନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏ ନେଇ କଂଗ୍ରେସ ପ୍ରତିନିଧି ମଣ୍ଡଳ ଦ୍ବାରା କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

ସ୍ମାରକ ପତ୍ରରେ ବାଲେଶ୍ବର ଏମ୍ସରେ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା କାର୍ଯ୍ୟକୁ ଶୀଘ୍ର ତ୍ବରାନିତ କରିବା ସହିତ ସୁପର ସ୍ପେସାଲିଟି ହସ୍ପିଟାଲ, ବିଶ୍ବସ୍ତରୀୟ ନର୍ସିଂ ଏବଂ ପବ୍ଳିକ ହେଲ୍ଥ ସ୍କୁଲର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନେତାମାନେ ଦାବି କରିଥିଲେ। ଆବଣ୍ଟନ କରାଯାଇଥିବା ୪୫୦ କୋଟି ଟଙ୍କାର ଅର୍ଥ ରାଶିକୁ ଶୀଘ୍ର ରିଲିଜ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ମାମଲାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବେ ବୋଲି କଂଗ୍ରେସ ପ୍ରତିନିଧି ମଣ୍ଡଳୀକୁ ଆଶ୍ବାସନା ଦେଇଥିଲେ। ପ୍ରତିନିଧି ମଣ୍ଡଳରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ମଧ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର