ଭୋପାଳ: ଆଉ କିଛିଦିନ ମଧ୍ୟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଯାଉଛି | ଆଉ ଏହାରି ଭିତରେ ଭୋଟରମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ଭିନ୍ନ ଭିନ୍ନ ଫଣ୍ଡା ଆପଣାଉଛନ୍ତି | ତେବେ ମୋଟାମୋଟି ଦେଖିବାକୁ ଗଲେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଥିବାବେଳେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି | ଏହାରି ଭିତରେ କଂଗ୍ରେସ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଏକ କାର୍ଟୁନ ମାଧ୍ୟମରେ ସୁପରନାଥ ବା ସ୍ପାଇଡରନାଥ ବୋଲି ବର୍ଣ୍ଣନା କରିଛି । ବାସ୍ତବରେ ବର୍ତ୍ତମାନ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​କାର୍ଟୁନ୍ ମାଧ୍ୟମରେ ସମାଲୋଚନା ଧାରା ଜୋରଦାର ଚାଲିଛି | ଏବେ ସୋସିଆଲ ମିଡିଆରେ ଏକ କାର୍ଟୁନ୍ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି |

Advertisment

ଏହି କାର୍ଟୁନ୍ ମାଧ୍ୟମରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି। କମଲ ନାଥ ଏହି କାର୍ଟୁନରେ ସ୍ପାଇଡରମ୍ୟାନ୍ ଭୂମିକାରେ ନଜର ଆସିଛନ୍ତି | କମଲନାଥ ହନୁମାନ ଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଠିଆ ହୋଇ କହିଛନ୍ତି, ଭଗବାନ ମୋତେ ଶକ୍ତି ଦିଅନ୍ତୁ ଯାହା ଦ୍ୱାରା ମୁଁ ମଧ୍ୟପ୍ରଦେଶର ମଙ୍ଗଳ ତଥା କଲ୍ୟାଣ ପାଇଁ କାର୍ଯ୍ୟ କରିପାରିବି ଏବଂ ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ କରିପାରିବି | ଏହାପରେ ହନୁମାନ ତଥାସ୍ତୁ ବୋଲି କହିଛନ୍ତି ଓ କମଲନାଥ ସ୍ପାଇଡରମ୍ୟାନ୍ ରୂପରେ ନଜର ଆସିଛନ୍ତି | କାର୍ଟୁନରେ ଦେଖିବାକୁ ମିଳିଛି ଯେ ଜଣେ ଲୋକ ପଚାରୁଛନ୍ତି ଯେ ମୋ ଉପରେ ଋଣ ବୋଝ ବଢ଼ିଗଲାଣି, କିଭଳି ଝିଅ ପାଇଁ ସ୍କୁଲ ଫି ଦେଇପାରିବି | ଏହାର ଉତ୍ତରରେ କମଲନାଥ କହୁଛନ୍ତି ଯେ ମୁଁ ପ୍ରତ୍ୟେକ କୃଷକଙ୍କ ଋଣ ଛାଡ କରିବି, ମୁଁ ପ୍ରତ୍ୟେକ ଭଉଣୀକୁ ୧୫୦୦ ଏବଂ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେଇ ସଶକ୍ତ କରିବି |