ବିଜେପି ଗାଡ଼ିକୁ ଉଦ୍ଧାର କଲା କଂଗ୍ରେସ

ଅହମଦାବାଦ: ଗୁଜରାଟରେ ଏକ କାଦୁଅ ରାସ୍ତାରେ ଫସିଯାଇଥିବା ବିଜେପିର ଏକ ପ୍ରଚାର ଗାଡ଼ିକୁ କଂଗ୍ରେସ ପ୍ରଚାର ଗାଡ଼ି ଉଦ୍ଧାର କରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ପରିହାସର ସୁଅ ଛୁଟିଛି। ଆପ୍‌ ମଧ୍ୟ ଏହି ଭିଡିଓକୁ ଟ୍ବିଟରରେ ସେୟାର କରିଛି। ବିଜେପିର ନିର୍ବାଚନ ପ୍ରଚାର ଗାଡ଼ିକୁ କଂଗ୍ରେସ ସୁରକ୍ଷା ଦେବାକୁ ବହୁତ ଚେଷ୍ଟା କରୁଛି ବୋଲି ଆପ୍‌ କହିଛି। ଆପ୍‌ ଏହି ଭିଡିଓକୁ ୧୯୯୧ ସୌଦାଗର ଚଳଚ୍ଚିତ୍ରର ‘ଆଇ ଲଭ୍‌ ୟୁ’ ସଂଗୀତ ସହ ଯୋଡ଼ିଛି। ନିର୍ବାଚନରେ ଏହା ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରେମ ସମ୍ପର୍କର କାହାଣୀ ବୋଲି ଆପ୍‌ କହିଛି। ଜଣେ ଟ୍ବିଟର ୟୁଜର କହିଛନ୍ତି, କଂଗ୍ରେସ କାହାକୁ ଘୃଣା କରେନା। ସମସ୍ୟାରେ ଥିବା ସମସ୍ତ ଲୋକଙ୍କୁ କଂଗ୍ରେସ ସହଯୋଗ କରିବାକୁ ଚାହେ। ଅନ୍ୟ ଜଣେ ୟୁଜର କହିଛନ୍ତି, ଜ‌ଣେ କର୍ମୀ ଅନ୍ୟ ଜଣେ କର୍ମୀଙ୍କୁ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର