କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା, ଦାରିଦ୍ରୢ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌

ବିଜୟୱାଡା(ଆନ୍ଧ୍ର ପ୍ରଦେଶ) ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଦାରିଦ୍ରୢ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ ହେବ ଏବଂ ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ମିଳିବ ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି। ଏଠାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ରାହୁଲ କହିଥିଲେ ଯେ ରାଜ୍ୟ ବିଭାଜନ ସମୟରେ ଏହାକୁ ସ୍ବତନ୍ତ୍ର ପାହ୍ୟା ମିଳିବ ବୋଲି ୟୁପିଏ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏନ୍‌ଡିଏ ସରକାର ଏହାକୁ ପୂରଣ କରିନଥିଲେ ମଧ୍ୟ ରାଜ୍ୟର ରାଜନୈତିକ ଦଳମାନେ ଏହାର ଯେଭଳି ବିରୋଧ କରିବା କଥା ତାହା ହୋଇନାହିଁ ବୋଲି ରାହୁଲ କହିଛନ୍ତି। କଂଗ୍ରେସର ସର୍ବନିମ୍ନ ଆୟ ଯୋଜନା (ନ୍ୟାୟ) ଦେଶରୁ ଦାରିଦ୍ରୢକୁ ମୂଳୋତ୍ପାଟନ କରିବାରେ ସହାୟକ ହେବ ଏବଂ ଦଳ କ୍ଷମତାକୁ ଆସିଲେ ପ୍ରଥମେ ଦାରିଦ୍ରୢ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବମାନଙ୍କ ପ୍ରତି ଆଦୌ ଦରଦ ଦେଖାଇ ନାହାନ୍ତି ଏବଂ କେବଳ କିଛି ଧନୀଙ୍କ ପାଇଁ ହିଁ ତାଙ୍କର ସବୁ ମମତା ରହିଛି। ଅନୀଲ ଅମ୍ବାନି ଏବଂ ମେହୁଲ ଚୌକସିଙ୍କ ଭଳି ଲୋକଙ୍କୁ ସହାୟତା କରିବା ଛଡ଼ା ମୋଦୀ ଆଉ କ’ଣ କରିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର