ପ୍ରିୟଙ୍କା ଗାନ୍ଧୀ ମଧ୍ୟ ହ୍ବାଟସ୍‌ଆପ୍‌ ସ୍ପାଇୱେର ଶିକାର ହୋଇଛନ୍ତି; କଂଗ୍ରେସ କଲା ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଂପାଦିକା ତଥା ଅନ୍ୟତମ ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମୋବାଇଲ ମଧ୍ୟ ହ୍ବାଟସ୍‌ଆପ୍‌ ସ୍ପାଇୱେର ଦ୍ବାରା ଗୁଇନ୍ଦାଗିରିର ଶିକାର ହୋଇଥିଲା ବୋଲି ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏବଂ ପ୍ରିୟାଙ୍କ ମୋବାଇଲରୁ କାହା କାହା ନିକଟକୁ ହ୍ବାଟସ୍‌ଆପ୍‌ ମେସେଜ୍‌ ଯାଉଛି ଓ କାହା କାହା ନିକଟରୁ ହ୍ବାଟସ୍‌ଆପ୍‌ ମେସେଜ୍‌ ଆସୁଛି ତା’ ଉପରେ ନଜର ରଖିବା ପାଇଁ ହ୍ବାଟସ୍‌ଆପ୍‌ ସ୍ପାଇୱେର ତାଙ୍କ ମୋବାଇଲକୁ ହ୍ୟାକ୍‌ କରିଥିଲା ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୂରେଜ୍‌ୱାଲା ଆଜି ଅଭିଯୋଗ କରିଛନ୍ତି। ପ୍ରିୟଙ୍କାଙ୍କ ମୋବାଇଲ ହ୍ୟାକ୍‌ ହୋଇଥିବା ନେଇ ଖୋଦ୍‌ ହ୍ବାଟସ୍‌ଆପ୍‌ ପକ୍ଷରୁ ତାଙ୍କ ନିକଟକୁ ମେସେଜ୍‌ ଆସିଛି ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୂରେଜ୍‌ୱାଲା କହିବା ପରେ ଏହାକୁ ନେଇ ଏବେ ଦେଶରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର