ବ୍ୟାଣ୍ଡ, ବାଜା, ବାରାତ୍ ବିନା ବିଜେପି ସରକାର ଗଠନ କରିଲା: କଂଗ୍ରେସ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିର ସରକାର ଗଠିତ ହେବାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ମିଳିଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ସମର୍ଥନ ପତ୍ରକୁ ଠିକ୍ ଭାବେ ଯାଞ୍ଚ କରାଗଲାନାହିଁ, ଗଣତନ୍ତ୍ର ଓ ସମ୍ବିଧାନକୁ ଉପହାସ କରାଯାଇଛି। ରାଜ୍ୟପାଳ କଂଗ୍ରେସକୁ ସରକାର ଗଠନ ପାଇଁ ସୁଯୋଗ ବି ଦେଲେନି ।
ଠିକ୍ ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ଅହମ୍ମଦ ପଟେଲ କହିଛନ୍ତି ଯେ ବ୍ୟାଣ୍ଡ, ବାଜା, ବାରାତ୍ ବିନା ବିଜେପି ଲୁଚିଲୁଚି ସରକାର ଗଠନ କରିଲା। କଂଗ୍ରେସ-ଏନସିପି-ଶିବସେନା ଏକାଠି ଅଛନ୍ତି, ବିଜେପିକୁ ଗୃହରେ ହରାଇବାକୁ ସେମାନେ ପ୍ରସ୍ତୁତ।

Image source-oneindia

ଠିକ୍ ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି ଯେ କଂଗ୍ରେସ-ଏନସିପି-ଶିବସେନାକୁ ରାଜରାସ୍ତାକୁ ଓହ୍ଲାଇ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବା ଉଚିତ,କାରଣ ଏହା ତିନି ଦଳର ଅସ୍ତିତ୍ବର ପ୍ରଶ୍ନ।
ପୂର୍ବତନ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ତଥା ଦଳର ବରିଷ୍ଠ ନେତା ସଂଜୟ ନିରୂପମ ସେ କହିଛନ୍ତି, ‘ ଏକଥା ଶୁଣି ମୁଁ ଦୁଃଖିତ। କେବଳ କ୍ଷମତା (ପାୱାର୍ ) ନୁହେଁ,ବରଂ ପାୱାର ବି ବିଷ।’

ସମ୍ବନ୍ଧିତ ଖବର