ଅଭିନବ ଉପାୟରେ ମୋଦୀଙ୍କୁ କଂଗ୍ରେସର ସମାଲୋଚନା : ଆମାଜନ ମାଧ୍ୟରେ ଭାରତୀୟ ସମ୍ବିଧାନ ପଠାଇଲା

ନୂଆଦିଲ୍ଲୀ : ଦେଶ ଆଜି ୭୧ ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ୭୦ ବର୍ଷ ତଳେ ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ସ୍ୱାଧୀନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏଣୁ ଏହି ଦିବସ ଭାରତୀୟ ଗଣତନ୍ତ୍ର ପାଇଁ ବେଶ ମହତ୍ତ୍ୱ ରଖେ । ତେବେ ଆଜି ଭାରତୀୟ ସମ୍ବିଧାନକୁ ନେଇ ଏକ ସ୍ୱତନ୍ତ୍ର ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

କଂଗ୍ରେସ ପକ୍ଷରୁ ଭାରତୀୟ ଗଣତନ୍ତ୍ରର ଏକ କପି ଆମାଜନ ମାଧ୍ୟମରେ ମୋଦୀଙ୍କ ପାଖକୁ ପଠାଯାଇଛି । ଏହାର ପେମେଣ୍ଟ ମଧ୍ୟ କରାଯାଇନାହିଁ । ଯିଏ ଗ୍ରହଣ କରିବ ସେ ପେମେଣ୍ଟ ବା ଅର୍ଥ ପୈଠ କରିବ । ଏହା ସହିତ କଂଗ୍ରେସ ପକ୍ଷରୁ ଏକ ଟ୍ଵିଟ କରି କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଜୀ, ସମ୍ବିଧାନ ଖୁବ ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିଯିବ । ଦେଶକୁ ବିଭାଜିତ କରିବା ବେଳେ ସମୟ ମିଳିଲେ ଏହାକୁ ଟିକିଏ ପଢିନେବେ ।

 

ଦେଶରେ ନାଗରିକତା ଆଇନକୁ ନେଇ ବିବାଦ ଚାଲିଥିବାବେଳେ ମୋଦୀଙ୍କ ଏପରି ଅଭିନବ ଢଙ୍ଗରେ ସମାଲୋଚନା କରିଛି କଂଗ୍ରେସ ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । କିନ୍ତୁ ଏହା ସମ୍ବିଧାନର ବିରୋଧୀ ବୋଲି କହୁଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ।

ସମ୍ବନ୍ଧିତ ଖବର