ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳରୁ ଓ ଦଳରୁ କଂଗ୍ରେସ ବହିଷ୍କାର କରୁ

ଅମୃତସର : ପୁଲଵାମା ଆତଙ୍କବାଦୀ ହମ୍‌ଲା ପ୍ରସଙ୍ଗରେ ବିବାଦୀୟ ଟିପ୍ପଣୀ ରଖି ଏବେ ବିବାଦୀୟ ହୋଇ ପଡ଼ିଥିବା ନବଜୋତ୍‌ ସିଂହ ସିଦ୍ଧୁଙ୍କୁ କେନ୍ଦ୍ର କରି ଆଜି ପଞ୍ଜାବ ବିଧାନସଭାରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଛି। କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ତାଙ୍କର ବିବାଦୀୟ ବକ୍ତବ୍ୟ ପାଇଁ ଦେଶଦ୍ରୋହୀ ରୂପେ ଦର୍ଶାଇ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ କଂଗ୍ରେସ ଦଳରୁ ମଧ୍ୟ ବହିଷ୍କାର କରିବାକୁ ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ଦାବି କରିଛନ୍ତି। ପୁଲଵାମା ଆକ୍ରମଣ ପାଇଁ ପାକିସ୍ତାନ ଦାୟୀ ବୋଲି ସମଗ୍ର ଦେଶବାସୀ ହୃଦୟଙ୍ଗମ କରୁଥିବା ବେଳେ ସିଦ୍ଧୁ କିନ୍ତୁ ଭିନ୍ନ ମତ ରଖିଥିଲେ।

ସମ୍ବନ୍ଧିତ ଖବର