ଆନ୍ଧ୍ର ପ୍ରଦେଶରେ ଏକାକୀ ନିର୍ବାଚନ ଲଢ଼ିବ କଂଗ୍ରେସ

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ। ୨୦୧୯ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତେଲଗୁ ଦେଶମ ପାର୍ଟି (ଟିଡିପି) ସହିତ ଦଳ ମେଣ୍ଟ କରିବ ନାହିଁ। ଆନ୍ଧ୍ର ଦାୟିତ୍ବରେ ଥିବା କଂଗ୍ରେସର ସାଧାରଣ ସମ୍ପାଦକ ଓମେନ୍ ଚାଣ୍ଡି ଏହି ସୂଚନା ଦେଇଛନ୍ତି। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଗତକାଲି ସାକ୍ଷାତ ଆଲୋଚନା ପରେ କଂଗ୍ରେସ ବୁଧବାର ଏହି ଘୋଷଣା କରିଛି।

ସମ୍ବନ୍ଧିତ ଖବର