ରାହୁଲଙ୍କ ଭରସା ଥିବା ଯାଏ କଂଗ୍ରେସରେ ରହିବି: ରମ୍ୟା

ନୂଆଦିଲ୍ଲୀ: କଂଗ୍ରେସ ସୋସିଆଲ୍‌ ମିଡିଆ ‌େସଲ୍‌ ମୁଖ୍ୟ ପଦରୁ ଦିବ୍ୟା ସ୍ପନ୍ଦନା‌ ଓରଫ ରମ୍ୟା ଇସ୍ତଫା ଦେଇନାହାନ୍ତି। ଦଳ‌େର ତାଙ୍କ ଭୂମିକାକୁ ମଧ୍ୟ ସଙ୍କୁଚିତ କରାଯାଇ ନାହିଁ। ଏ କଥା ରମ୍ୟା ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ରମ୍ୟା କହିଛନ୍ତି, ଯେ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ମୋ ଉପରେ ଭରସା ଥିବ, ସେ ଯାଏ ଦଳ ପାଇଁ କାମ କରିବି। ସାଧାରଣ ନିର୍ବାଚନ ପାଇଁ ମୋ ମିସନ୍ ପୂରା କରିବା ପୂର୍ବରୁ ମୁଁ ଦଳ ଛାଡ଼ିବି ନାହିଁ ବୋଲି ରମ୍ୟା କହିଛନ୍ତି। ସେ କହିଛନ୍ତି, ମୋ ପ୍ରସଙ୍ଗରେ କିଛିଦିନ ହେଲା ଯେଉଁଭଳି ଭାବେ ସୋସିଆଲ୍ ମିଡିଆରେ ଆଲୋଚନା ଚାଲିଛି, ସେ ସବୁ ଗୁଜବ। ତେବେ ଲୋକମାନେ ତାଙ୍କୁ ପସନ୍ଦ କରୁଥିବାରୁ ତାଙ୍କ ବିଷୟରେ ଏତେ ଆଲୋଚନା କରୁଛନ୍ତି ବୋଲି ରମ୍ୟା ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର