ନୂଆଦିଲ୍ଲୀ: କଂଗ୍ରେସ ଏବେ ନିଜର ଭାରତ ଯୋଡା ଯାତ୍ରାକୁ ନେଇ ଚର୍ଚ୍ଚାରେ ରହିଛି। ଏହି ଯାତ୍ରା ମାଧ୍ୟମରେ କଂଗ୍ରେସ ନିଜର ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ ଏ ମଧ୍ୟରେ କଂଗ୍ରେସର ଏକ ଟୁଇଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କଂଗ୍ରେସ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ବିଟ କରିଛି, ଯେଉଁଥିରେ ଆରଏସଏସ ପୋଷାକରେ ନିଆଁ ଲାଗିଥିବାର ଫଟୋ ଦେଖିବାକୁ ମିଳିଛି। ଏହି ଫଟୋ ମାଧ୍ୟମରେ କଂଗ୍ରେସ, ଆରଏସଏସ-ବିଜେପିକୁ ଟାର୍ଗେଟ କରିଛି। ଆଉ ମାତ୍ର ୧୪୫ଦିନ ମଧ୍ୟରେ ଦେଶ ବିଜେପି-ଆରଏସଏସ ମୁକ୍ତ ହେବ ବୋଲି କହିଛି କଂଗ୍ରେସ। ତେବେ କଂଗ୍ରେସର ଏଭଳି ଟ୍ବିଟର ଜବାବ ଦେବାକୁ ପଛଘୁଞ୍ଚା ଦେଇନାହିଁ ବିଜେପି। ଏଭଳି ଟ୍ବିଟ ପରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ଭାରତ ଜଲାଓ ଯାତ୍ରା ବୋଲି କହିଛି ବିଜେପି।
ସୂଚନା ମୁତାବକ, କଂଗ୍ରେସ ନିଜ ପୋଷ୍ଟରେ ଲେଖିଛି ଯେ ଆମେ ଦେଶକୁ ଘୃଣ୍ୟ ପରିବେଶରୁ ମୁକ୍ତ କରିବା ଏବଂ ବିଜେପି-ଆରଏସଏସ ଦ୍ୱାରା ଦେଶର ହୋଇଥିବା କ୍ଷତିର ଭରଣା କରିବା ପାଇଁ ଆଗେଇ ଆସିଛୁ। ଧୀରେ ଧୀରେ ଆମେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବୁ। ଏଭଳି କ୍ୟାପସନ ସହ କଂଗ୍ରେସ ଏକ ଫଟୋ ସେୟାର କରିଛି, ଯେଉଁଥିରେ ଆରଏସଏସ ୟୁନିଫର୍ମର ପ୍ୟାଣ୍ଟରେ ନିଆଁ ଲାଗିଥିବା ଦେଖାଯାଇଛି।
To free the country from shackles of hate and undo the damage done by BJP-RSS.
Step by step, we will reach our goal.#BharatJodoYatra 🇮🇳 pic.twitter.com/MuoDZuCHJ2
— Congress (@INCIndia) September 12, 2022
ଏହି ଫଟୋ ପୋଷ୍ଟ ହେବା ମାତ୍ରେ ବିଜେପି ନିଜର ପ୍ରତିକ୍ରିୟା ରଖିଥିବା ଦେଖାଯାଇଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କଂଗ୍ରେସ ଲୋକଙ୍କୁ ଉସୁକାଇବା ପାଇଁ ଏଭଳି ଟ୍ବିଟ କରିଛି। ସେମାନଙ୍କର ଭାରତ ଯୋଡୋ ଯାତ୍ରା ହେଉଛି ପ୍ରକୃତରେ ନିଆଁ ଲଗାଇବା ଯାତ୍ରା।