ଟିଭି ଚ୍ୟାନେଲରେ ଦେଖାଯିବେନି କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରାହୁଲ ଆଲୋଚନା କରିଛନ୍ତି | ଏବେ ଆପଣଙ୍କୁ ଟିଭି ପରଦାରେ କଂଗ୍ରେସ ମୁଖପାତ୍ରଙ୍କୁ ଦେଖିବାକୁ ପାଇବେ ନାହିଁ | କାରଣ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି ଯେ ନ୍ୟୁଜ ଚ୍ୟାନେଲର ଡିବେଟକୁ କୌଣସି କଂଗ୍ରେସ ମୁଖପାତ୍ର ଯିବେ ନାହିଁ | ଏହି ସୂଚନା ଦେଇଛନ୍ତି କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜୱାଲା |

ସୁରଜୱାଲା ଟ୍ୱିଟ କରିଛନ୍ତି ଯେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି ଯେ ଏକ ମାସ ଯାଏଁ ଟିଭି ଡିବେଟରେ କଂଗ୍ରେସର କୌଣସି ପ୍ରବକ୍ତା ଯିବେ ନାହିଁ | ତେଣୁ ସମସ୍ତ ନ୍ୟୁଜ ଚ୍ୟାନେଲ ସମ୍ପାଦକଙ୍କୁ ଅନୁରୋଧ କରାଯାଉଛି କୌଣସି କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ମୁଖପାତ୍ରଙ୍କ ନାମ ସ୍ଥିର ନ କରାଯାଉ | ଶନିବାର ଦିନ ହୋଇଥିବା ବୈଠକରେ ଏହି ପ୍ରସଙ୍ଗ ଉଠାଯାଇଥିଲା ଯେ କୌଣସି ମୁଖପାତ୍ରଙ୍କୁ ନ୍ୟୁଜ ବିତର୍କ କାର୍ଯ୍ୟକ୍ରମକୁ ଯିବା ପାଇଁ ବାରଣ କରାଯାଉ |

Photo-Amarujala

ଏହାକୁ ନଜରରେ ରଖି କଂଗ୍ରେସ ଏହି ଦାବିକୁ ଅନୁମତି ଦେଇଛି | ଏହା ପୂର୍ବରୁ ସମାଜବାଦୀ ପାର୍ଟି ଏହାର ସମସ୍ତ ମୁଖପାତ୍ରଙ୍କୁ ହଟାଇ ଦେଇଥିଲା | ଟିଭି ଚ୍ୟାନେଲରେ ପକ୍ଷ ରଖୁଥିବା ସମସ୍ତ ମୁଖପାତ୍ରଙ୍କୁ ବାରଣ କରାଯାଇଥିଲା| ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ସମସ୍ତ ସମ୍ପାଦକଙ୍କୁ କୁହାଯାଇଥିଲା ଯେ କୌଣସି ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ସପା ର କୌଣସି ନେତାଙ୍କୁ ସାମିଲ ନ କରାଯାଉ |

ସମ୍ବନ୍ଧିତ ଖବର