ସିଲଂ: ମେଘାଳୟ ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ମିଳିପାରି ନାହିଁ। ନିରଙ୍କୁଶ ସଂଖ୍ୟା ଗରିଷ୍ଠତାରୁ ୧୦ଟି ଆସନ ପଛରେ ରହିଛି କଂଗ୍ରେସ। ତେବେ, ସଦ୍ୟ ସମାପ୍ତ ମେଘାଳୟ ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ କଂଗ୍ରେସ ଏବେ ସେଠାରେ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି। କଂଗ୍ରେସର ବରିଷ୍ଠ ନେତାମାନେ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦିଆଯାଇଥିବା ଚିଠିରେ କୁହାଯାଇଛି ଯେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ୬୦ଟି ଆସନ ମଧ୍ୟରୁ ୨୧ଟି ଆସନରେ କଂଗ୍ରେସର ଦଳୀୟ ପ୍ରର୍ଥୀମାନେ ଜିତିବା ସହ କଂଗ୍ରେସ ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ତେଣୁ ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସକୁ ପ୍ରଥମେ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି।

Advertisment

ଦଳର ବରିଷ୍ଠ ନେତା କମଲନାଥ, ଅହମ୍ମଦ ପଟେଲ ଓ ମୁକୁଲ ୱାସନିକ ଏବେ ମେଘାଳୟରେ ଡେରା ପକାଇଛନ୍ତି। ସରକାର ଗଠନ ଉଦ୍ଦେଶ୍ୟରେ ସମର୍ଥନ ଯୋଗାଡ଼ ପାଇଁ ମେଘାଳୟରେ କଂଗ୍ରେସର ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି। କଂଗ୍ରେସ ବିଭିନ୍ନ ଆଞ୍ଚଳିକ ଦଳମାନଙ୍କ ସହ ଯୋଯୋଗରେ ଅଛି। ମେଘାଳୟର ୬୦ଟି ଆସନ ମଧ୍ୟରୁ କଂଗ୍ରେସକୁ ୨୧ଟି ଆସନ ମିଳଥିବା ବେଳେ ନ୍ୟାସନାଲିଷ୍ଟ ପିପୁଲସ ପାର୍ଟି (ଏନପିପି)କୁ ୧୯ଟି ଆସନ ମିଳିଛି। ଅନ୍ୟାନ୍ୟ ଦଳ ଓ ସ୍ୱଧୀନ ପ୍ରାର୍ଥୀ ୧୭ଟି ଆସନରେ ବିଜୟୀ ହୋଇଛନ୍ତି।
ଏ ପରିସ୍ଥିତିରେ ଏନ୍‌ପିପି ଓ ବିଜୟୀ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ନିଜ ଆଡ଼କୁ ଆଣି ମେଘାଳୟରେ ସରକାର ଗଠନ ପାଇଁ କଂଗ୍ରେସ ଜୋରସୋର ଉଦ୍ୟମ ଆରମ୍ଭ କରିଛି। ଦଳର ବରିଷ୍ଠ ନେତା ମେଘାଳୟରେ ଯାଇ ଡେରା ପକାଇଛନ୍ତି।
publive-image
ଅନ୍ୟପକ୍ଷରେ, ବିଜେପି ମଧ୍ୟ ରାଜ୍ୟରେ ଅଣ-କଂଗ୍ରେସ ସରକାର ଗଠନ ପାଇଁ ଅନ୍ୟ ଦଳମାନଙ୍କ ସହ କଥାବାର୍ତ୍ତା ଚଳାଇଛି। ଗୋଆ ଓ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହେବା ସତ୍ତ୍ୱେ ସେଠାରେ ସରକାର ଗଠନ କରିପାରି ନଥିଲା। ଏହିଦୃଷ୍ଟିରୁ ମେଘାଳୟରେ ସରକାର ଗଠନ ପାଇଁ ବିଜେପି ଉତ୍ସାହିତ ଅଛି। ରାଜ୍ୟରେ ବିଜେପିକୁ ମାତ୍ର ୨ଟି ଆସନ ମିଳିଛି। କିନ୍ତୁ କୁହାଯାଉଛି, ଏନପିପି ସହ ମିଶି ସରକାର ଗଠନ ପାଇଁ ବିଜେପି ଦାବି ଉପସ୍ଥାପନ କରିପାରେ। ଏ ନେଇ କଥାବାର୍ତ୍ତା ବି ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି।

କଂଗ୍ରେସକୁ ୨୧ଟି ଆସନ ମିଳିଥିବାବେଳେ ଏନପିପିକୁ ମିଳିଛି ୧୯ ଆସନ ମିଳିଛି। ଅନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ୧୭ଟି ଆସନରେ ବିଜୟୀ ହୋଇଛନ୍ତି। ତେବେ ବଡ ପ୍ରଶ୍ନ ହେଲା, ଛୋଟ ଛୋଟ ଦଳ କଂଗ୍ରେସକୁ ସମର୍ଥନ ଦେବେ ନା ବିଜେପିକୁ। ଅନୁମାନ କରାଯାଉଛି, ଛୋଟ ଛୋଟ ଦଳଗୁଡ଼ିକ କଂଗ୍ରେସକୁ ସମର୍ଥନ କରି ନପାରନ୍ତି। କାରଣ ଏମାନେ କଂଗ୍ରେସକୁ ରାଜ୍ୟରୁ କ୍ଷମତାଚ୍ୟୁତ କରିବା ପାଇଁ ନିର୍ବାଚନ ଲଢିଥିଲେ। ରାଜ୍ୟରେ ସ୍ଥାନୀୟ ଦଳଗୁଡ଼ିକୁ ୧୨ଟି ଆସନ ମିଳିଛି। ତେଣୁ, ଏଭଳି ସ୍ଥିତିରେ ଛୋଟ ଦଳଗୁଡ଼ିକ ବିଜେପି କିମ୍ବା ଏନପିପିକୁ ସମର୍ଥନ କରିପାରନ୍ତି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି।