ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ଆଗାମୀ ଶେଷ ପର୍ଯ୍ୟାୟ ପାଇଁ ନେତାମାନେ ପ୍ରଚାର ଜୋରଦାର କରିଛନ୍ତି । ତେବେ ସବୁ ଦଳର ନେତା ଏବଂ ସେମାନଙ୍କ ଷ୍ଟାର ପ୍ରଚାରକମାନେ ଏବେ ନିଜ ନିଜର ପ୍ରଚାରକୁ ଜୋରଦାର କରିଥିବା ବେଳେ କଂଗ୍ରେସର ଷ୍ଟାର ପ୍ରଚାର ନବ୍ଜୋତ ସିଂହ ସିଦ୍ଧୁ ପ୍ରଚାରରେ ସାମିଲ ହୋଇ ପାରିବେ ନାହିଁ ବୋଲି ଜଣା ପଡ଼ିଛି । ତାଙ୍କର ଗଳା ଖରାପ ହେବା ସହ ଡ଼ାକ୍ତର ତାଙ୍କୁ ଆରାମ କରିବା ପାଇଁ କହିଛନ୍ତି । ସେ ଏବେ ପ୍ରଚାର କାର୍ଯ୍ୟ କରି ପାରିବେ ନାହିଁ ବୋଲି ଜଣାପଡ଼ିଛି ।
/sambad/media/post_attachments/wp-content/uploads/2019/05/xnavjot-singh-sidhu-21-1469091623.jpg.pagespeed.ic_.wHv0qBPtfP-300x225.jpg)
ସୂଚନା ମୁତାବକ, ୨୦୧୯ ଲୋକସଭା ନିର୍ବାଚନ ପାଇଁ ସିଦ୍ଧୁ ୨୮ଦିନରେ ୮୦ଟି ରାଲିକୁ ସମ୍ବୋଧିତ କରି ସାରିଛନ୍ତି । ଯେଉଁଥି ପାଇଁ ତାଙ୍କର ଗଳା ଖରାପ ହେବା ସହ କଥା କହିବାରେ ଅସୁବିଧା ହେଉଛି । ଚିକିତ୍ସା ପରେ ଡ଼ାକ୍ତର ତାଙ୍କୁ ଷ୍ଟେରଏଡ୍ ଇଞ୍ଜେକ୍ସନ ଦେଇଛନ୍ତି । ଏହା ସହ କିଛି ଦିନ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି।