ନୂଆଦିଲ୍ଲୀ: ମୋ ଜେଜେବାପା ତଥା ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା | ଆଉ ଏହି ଷଡଯନ୍ତ୍ର ପଛରେ କଂଗ୍ରେସର ହାତ ରହିଥିଲା | ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂଙ୍କ ନାତି ସର୍ଦ୍ଦାର ଇନ୍ଦରଜିତ ସିଂ ଆଜି କଂଗ୍ରେସ ଦଳ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି | ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ବିଜେପିରେ ଯୋଗଦେଇ କଂଗ୍ରେସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଦୁର୍ଘଟଣାରେ ତାଙ୍କ ଜେଜେବାପାଙ୍କୁ ଜାଣିଶୁଣି ହତ୍ୟା କରାଯାଇଥିଲା।
ସେ କହିଛନ୍ତି ଯେ ୧୯୯୪ ମସିହାରେ ଏକ ଷଡଯନ୍ତ୍ର ରଚାଯାଇଥିଲା | ଆଉ ଜାଣିଶୁଣି ଜେଜେବାପା ତଥା ରାଷ୍ଟ୍ରପତି ଥିବା ଜ୍ଞାନୀ ଜୈଲ ସିଂଙ୍କ କାରକୁ ଧକ୍କା କରାଯାଇଥିଲା | ଏହା ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଥାଉ କି ୧୯୯୪ରେ, ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂ ଶ୍ରୀ କେଶଗଡ ସାହିବ ଅଭିମୁଖେ ଯାଉଥିବାବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କୁ ଚଣ୍ଡିଗଡ଼ ପିଜିଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଦେହାନ୍ତ ହୋଇଥିଲା।
/sambad/media/post_attachments/wp-content/uploads/2021/09/inderjeetsingh-ani-1631522217-300x169.jpg)
ଅପରେସନ୍ ବ୍ଲୁ ଷ୍ଟାର ଏବଂ ଡାକ ବିଲ୍ ସମେତ କେତେକ ପ୍ରସଙ୍ଗରେ ତତ୍କାଳୀନ କଂଗ୍ରେସ ନେତୃତ୍ୱ ସହିତ ତାଙ୍କର ମତଭେଦ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା | ଆଜି ଦିଲ୍ଲୀର ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ତଥା ପଞ୍ଜାବ ଦାୟିତ୍ୱରେ ଥିବା ଦୁଷ୍ୟନ୍ତ ଗୌତମ ଏବଂ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କ ଉପସ୍ଥିତିରେ ସର୍ଦ୍ଦାର ଇନ୍ଦରଜିତ ସିଂ ବିଜେପିରେ ଯୋଗ ଦେଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/zail-singh-3.jpg)