ବିଜୟ ପାଇଁ ରାହୁଲଙ୍କୁ ସବୁ ଶ୍ରେୟ ଦେଲା କଂଗ୍ରେସ

ନୂଆଦିଲ୍ଲୀ : ଛତିଶଗଡ଼ ଏବଂ ରାଜସ୍ଥାନ‌ରେ କଂଗ୍ରେସର ବିଜୟ ଓ ମଧ୍ୟପ୍ରଦେଶରେ ସବୁଠାରୁ ବଡ଼ ଦଳ ଭାବେ ଆବିର୍ଭାବ ହେବା କଂଗ୍ରେସ ଦଳରେ ନୂଆ ଜୀବନ ସଞ୍ଚାର କରିଛି। ଆଜିକୁ ଠିକ୍‌ ବର୍ଷକ ତଳେ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ରାହୁଲ ଗାନ୍ଧୀଙ୍କ ପାଇଁ ଏହା ଏକ ବଡ଼ ଉପହାର ବୋଲି ଦଳୀୟ ନେତାମାନେ କହିଛନ୍ତି। ୩ ଟି ରାଜ୍ୟରେ ଦଳର ସଫଳତାର ସବୁ ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଦେଇ ବରିଷ୍ଠ ନେତାମାନେ କହିଛନ୍ତି ଯେ ରାହୁଲଙ୍କ କଠୋର ପରିଶ୍ରମ ଏବଂ ଆତ୍ମବିଶ୍ବାସ ‌ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ ରାହୁଲଙ୍କ ପରିଶ୍ରମ ଏବଂ ସଫଳ ରଣନୀତି ଯୋଗୁଁ ସଫଳତା ମିଳିଛି। ବରିଷ୍ଠ ନେତା ଶଶି ଥରୁର୍‌ କହିଛନ୍ତି ରାହୁଲ ପ୍ରଚାରର ମୁଖ୍ୟ ଆକର୍ଷଣ ଥିଲେ ଏବଂ ଦଳର ବିଜୟ ପାଇଁ ଅହରହ କାମ କରୁଥିଲେ। କଂ‌ଗ୍ରେସ ନେତା ମିଲିନ୍ଦ ଦେଓରା କହିଛନ୍ତି ଯେ ଜନସାଧାରଣ ମନ୍ଦିର ଏବଂ ମସଜିଦ୍‌ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦଳକୁ ଏକଜୁଟ୍‌ କରି ଯୋଜନାବଦ୍ଧ ଭାବେ ରାହୁଲ ପ୍ରଚାର ଅଭିଯାନ ଚଳାଇଥିଲେ ଏବଂ ଏହାର ସୁଫଳ ଦଳକୁ ମିଳିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର