ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନରେନ୍ଦ୍ର ମୋଦି ସରକାରଙ୍କର ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି | ଅନେକ ଗୁଡିଏ ଯୋଜନାର ଘୋଷଣା କରିଥିବାବେଳେ କିଛି ସାମଗ୍ରୀ ଶସ୍ତା ଓ କିଛି ମହଙ୍ଗା ହୋଇଛି | ତେବେ ଏହାକୁ ନେଇ କଂଗ୍ରେସ ସମାଲୋଚନା କରିଛି | ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ କିଛି ନୂଆ ନାହିଁ |

Advertisment

publive-image

ଏଥରର ବଜେଟ ନୂଆ ଭାରତର କଥା କୁହାଯାଉଥିବାବେଳେ ବଜେଟ କିନ୍ତୁ ନୂଆ ବୋତଲରେ ପୁରୁଣା ମଦ ଭଳି ହୋଇଛି | ରୋଜଗାର ପାଇଁ କୌଣସି ଯୋଜନା ନଥିବାବେଳେ କିଛି ବି ନୂଆ ଆରମ୍ଭ ହୋଇନାହିଁ |

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବାର୍ଷିକ ୫ ଲକ୍ଷ ତାଙ୍କ ରୋଜଗାର କରୁଥିଲେ ଆୟମୁକ୍ତ ରଖାଯାଇଛି କିନ୍ତୁ ପେଟ୍ରୋଲ-ଡିଜେଲ ଉପରେ ସେସ ଲଗାଯାଇ ସାଧାରଣ ଲୋକଙ୍କ ଉପରେ ବୋଝ ବଢାଯାଇଛି | କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହି ବଜେଟ ଫେଲ ହୋଇଛି ବଜେଟକୁ ପାସ ହେବା ପାଇଁ ମଧ୍ୟ ମାର୍କ ମିଳିପାରିବ ନାହିଁ |