ନୂଆଦିଲ୍ଲୀ: ସୋମବାର ରାତିରେ ଘଟିଥିବା ହିଂସାକାଣ୍ଡ ପରେ ମହାରାଷ୍ଟ୍ରର ନାଗପୁରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଚାଲିଛି। କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବୟାନକୁ ସମାଲୋଚନା କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି, “ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡନାଭିସ, ଯିଏ କି ଗୃହ ବିଭାଗ ମଧ୍ୟ ଦାୟିତ୍ୱରେ ଅଛନ୍ତି, ନାଗପୁରରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପାଇଁ 'ଛାୱା' ଚିତ୍ରକୁ ଦାୟୀ କରୁଛନ୍ତି, ତେବେ ସେ କଣ ଝୁମୁକା ବଜାଇବାକୁ କ୍ଷମତାରେ ଅଛନ୍ତି କି? ନା ସମୟ ମିଳିଲେ ନିଜେ ଘୃଣ୍ୟ ଭାଷଣ ଦେଇ ବାତାବରଣକୁ ଆହୁରି ଖରାପ କରିବାକୁ ଅଛନ୍ତି ? ଆଇନ ଶୃଙ୍ଖଳା ଆପଣଙ୍କ ଦାୟିତ୍ୱ - ମନେ ରଖିଛନ୍ତି ନା ଭୁଲି ଗଲେ?”
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଂଗ୍ରେସ ନେତ୍ରୀ ପ୍ରିୟା ଶ୍ରୀନେତ ଲେଖିଛନ୍ତି, “ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଫଡନାଭିସ, ଯିଏ କି ଗୃହ ବିଭାଗ ମଧ୍ୟ ଦାୟିତ୍ୱରେ ଅଛନ୍ତି, ନାଗପୁରରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପାଇଁ 'ଛାୱା' ଚିତ୍ରକୁ ଦାୟୀ କରୁଛନ୍ତି, ତେବେ ସେ କଣ ଝୁମୁକା ବଜାଇବାକୁ କ୍ଷମତାରେ ଅଛନ୍ତି କି? ନା ସମୟ ମିଳିଲେ ନିଜେ ଘୃଣ୍ୟ ଭାଷଣ ଦେଇ ବାତାବରଣକୁ ଆହୁରି ଖରାପ କରିବାକୁ ଅଛନ୍ତି ? ଆଇନ ଶୃଙ୍ଖଳା ଆପଣଙ୍କ ଦାୟିତ୍ୱ - ମନେ ରଖିଛନ୍ତି ନା ଭୁଲି ଗଲେ?”
ବିଧାନସଭାରେ ଏକ ବୟାନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ଫଡନାଭିସ କହିଥିଲେ ଯେ ଏହି ହିଂସା ଏକ ଗୁଜବରୁ ଆରମ୍ଭ ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ଏକ ଧାର୍ମିକ ଚିହ୍ନଥିବା ଚାଦରକୁ ଜଳାଯାଇଥିଲା । ସଂଧ୍ୟାରେ ଏହି ଗୁଜବ ବ୍ୟାପିବା ସହ ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେବାରୁ ହିଂସା କାଣ୍ଡ ଘଟିଥିଲା। ଏହି ହିଂସାକାଣ୍ଡରେ ୧୨ଟି ଦୁଇ ଚକିଆ ଯାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୋଟିଏ କ୍ରେନ୍, ଦୁଇଟି ଜେସିବି ଓ କିଛି ଚାରିଚକିଆ ଯାନରେ ନିଆଁ ଲଗାଇ ଦିଆଯାଇଛି। ଘଟଣାସ୍ଥଳରେ ପ୍ରାୟ ୮୦ରୁ ୧୦୦ ଲୋକ ଏକାଠି ହୋଇଥିଲେ। କିଛି ଲୋକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/18/bjeUIOLjtM6SvmvWNxAh.jpeg)