ଅସ୍ତିତ୍ବ ନଥିବା କଥା କହିଥିଲେ କେଜ୍ରିୱାଲ୍, କଂଗ୍ରେସ କହିଲା; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସବୁଠୁ ବଡ଼ ମିଛୁଆ

ଅହମଦାବାଦ: ବିଜେପିକୁ ଛାଡ଼ି ଆପକୁ ଟା‌ର୍ଗେଟ କଲା କଂଗ୍ରେସ। ସବୁବେଳେ ବିଜେପିକୁ ଦୁର୍ନୀତିଗ୍ରସ୍ତ କହୁଥିବା କଂଗ୍ରେସ ଏବେ ଆପକୁ ଦୁର୍ନୀତିଗ୍ରସ୍ତ କହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସର ଅସ୍ତିତ୍ବ ନଥିବା କଥା କହିଥିବା ବେଳେ ଏବେ କଂଗ୍ରେସ ଏହାର ଜବାବ ଦେଇଛି।

ଚଳିତ ବର୍ଷ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଗୁରୁବାର ଦିନ ଆପକୁ ଟାର୍ଗେଟ କରି କହିଛି ଯେ, ଆପ୍ ହେଉଛି ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଦଳ ଏବଂ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ସବୁଠୁ ବଡ଼ ମିଛୁଆ। ଏହା ସହ ଗୁଜରାଟ ବିଧାନସଭା ନିର୍ବାଚନରେ ​​ଆପକୁ କଂଗ୍ରେସ ଉଚିତ୍ ଜବାବ ଦେବ ବୋଲି କଂଗ୍ରେସ ମୁଖପାତ୍ର ଅଜୟ କୁମାର କହିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି।

ଅଜୟ କୁମାର କହିଛନ୍ତି ଯେ, ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଭଳି ଆପ୍ ବି ଦୁର୍ନୀତିଗ୍ରସ୍ତ। କିଛି ଦିନ ତଳେ ଦିଲ୍ଲୀର ଆପ୍ ସରକାର ପ୍ରାୟ ୩୦୦୦କୋଟି ଟଙ୍କାର ମଦ ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡିଛି। ଅରବିନ୍ଦ କେଜ୍ରିୱାଲ ସବୁଠୁ ବଡ଼ ମିଛୁଆ ଏବଂ ଆପ୍ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଦଳ ବୋଲି ପର୍ଦ୍ଦାଫାଶ ହେବା ଉଚିତ୍। ଗୁଜରାଟ ବିଧାନସଭା ନିର୍ବାଚନରେ ​​ଆମେ ଆପକୁ ଉଚିତ୍ ଜବାବ ଦେବୁ। ଲୋକଙ୍କୁ କେହି ବେଶି ସମୟ ଧରି ବୋକା ବନାଇ ରଖିପାରିବ ନାହିଁ।

ସମ୍ବନ୍ଧିତ ଖବର