ନାଗରିକତ୍ୱ ଆଇନ୍‌ ସଂଶୋଧନ ବିଲ୍‌କୁ ବିରୋଧ କରି ସଂସଦରେ କକ୍ଷତ୍ୟାଗ କଲେ କଂଗ୍ରେସ ଓ ଟିଏମ୍‌ସି

ନୂଆଦିଲ୍ଲୀ: ସଂସଦର ଲୋକସଭାରେ ଆଜି (ମଙ୍ଗଳବାର) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ନାଗରିକତ୍ୱ ଆଇନ୍‌ ସଂଶୋଧନ ବିଲ୍‌ (୨୦୧୬) ଆଗତ କରିଛନ୍ତି। ମୋଦି ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଏହି ବିବାଦୀୟ ନାଗରିକତ୍ୱ ଆଇନ୍‌ ସଂଶୋଧନ ବିଲ୍‌ରେ ଭାରତରେ ବେଆଇନ୍‌ ଭାବେ ଅନୁପ୍ରବେଶ କରି ବସବାସ କରୁଥିବା ବାଂଲାଦେଶ, ପାକିସ୍ତାନ ଓ ଆଫ୍‌ଗାନିସ୍ତାନର ଛଅଟି ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବା ପାଇଁ ପ୍ରସ୍ତାବ ରହିଥିଲା।

ତେବେ, ଏହି ବିଲ୍‌ ଦେଶ ପାଇଁ ବିପଦଜନକ ହେବା ସହ ଦେଶରେ ଅଯଥା ହିଂସା ଓ ସଂଘର୍ଷ ସୃଷ୍ଟି କରିବ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ତେବେ, ବିରୋଧୀ ଦଳଙ୍କ ବିରୋଧକୁ ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବାରୁ ବିରୋଧୀ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସାଂସଦମାନେ ଏହି ବିଲ୍‌ର ଆଲୋଚନାରେ ଅଂଶଗ୍ରହଣ ନକରି କକ୍ଷ ତ୍ୟାଗ କରିଥିଲେ। କେନ୍ଦ୍ର ସରକାରଙ୍କର ଏହି ବିଲ୍‌କୁ ଦେଶର ଉତ୍ତରପୂର୍ବ ରାଜ୍ୟ ସମୂହ ବିଶେଷ କରି ଆସାମ ତୀବ୍ର ବିରୋଧ କରୁଥିଲା। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହି ବିଲ୍‌କୁ ବିରୋଧ କରି କେନ୍ଦ୍ର କରି କେନ୍ଦ୍ରରେ ଏନ୍‌ଡିଏ ସରକାରଙ୍କର ଅନ୍ୟତମ ସହଯୋଗୀ ଥିବା ଆସାମ ଗଣ ପରିଷଦ (ଏଜିପି) ସୋମବାର ସନ୍ଧ୍ୟାରେ ଏନ୍‌ଡିଏରୁ ଓହରି ଆସିଥିଲା।

ସମ୍ବନ୍ଧିତ ଖବର