ରାୟପୁର: ‘ଅମର ଯବାନ ଜ୍ୟୋତି’ ଭଳି ସହିଦ ସୈନିକ ଏବଂ ନିରାପତ୍ତା ବଳର ଅନ୍ୟାନ୍ୟ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ରାୟପୁରରେ ଏକ ସ୍ମାରକୀ ନିର୍ମାଣ ହେବ ବୋଲି ଶନିବାର ଦିନ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ କହିଛନ୍ତି।
ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ରେ ପ୍ରଜ୍ଜ୍ବଳିତ ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶାଇ ଦିଆଯିବା କଥାଟି ତାଙ୍କୁ ଖୁବ୍ କଷ୍ଟ ଦେଇଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଜାରି ପ୍ରେସ୍ ରିଲିଜ୍ରେ ସେ କହିଛନ୍ତି, ମାନା ଅଞ୍ଚଳରେ ଥିବା ଛତିଶଗଡ଼ ସଶସ୍ତ୍ର ବଳର ୪ର୍ଥ ବାଟାଲିୟନ୍ ପରିସରରେ ସହିଦମାନଙ୍କ ସମ୍ମାନାର୍ଥେ ‘ଛତିଶଗଡ଼ ଅମର ଯବାନ ଜ୍ୟୋତି’ ନାମରେ ସ୍ମାରକଟିଏ ନିର୍ମାଣ ହେବ। ସେହି ସ୍ମାରକୀରେ ନିରବଚ୍ଛିନ୍ନ ଭାବେ ଅଗ୍ନିଶିଖା ଜଳିବ।
Image Courtesy of NDTVସେ ଆହୁରି ମଧ୍ୟ କହିଛନ୍ତି, ଫେବ୍ରୁଆରି ୩ ତାରିଖରେ ଛତିଶଗଡ଼ ଗସ୍ତ ସମୟରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଏଥିପାଇଁ ଭୂମି ପୂଜନ କରିବେ। ଜନସାଧାରଣଙ୍କ ଦଳ କଂଗ୍ରେସ ତ୍ୟାଗ ସ୍ବୀକାର କରୁଥିବାରୁ ତ୍ୟାଗକୁ କିଭଳି ସମ୍ମାନ ଦିଆଯାଏ, ତାହା କଂଗ୍ରେସ ଜାଣିଛି।
ଦିଲ୍ଲୀସ୍ଥିତ ‘ଅମର ଯବାନ ଜ୍ୟୋତି’କୁ ନିର୍ବାପିତ କରାଯାଇଛି। କେନ୍ଦ୍ର ଜନସାଧାରଣଙ୍କ ଭାବାବେଗ ସହ ଖେଳିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Baghel.jpg)