କାର୍ଯ୍ୟକର୍ତ୍ତାଙ୍କ ଡାଟାବେସ୍‌ ପ୍ରସ୍ତୁତିର ସମୀକ୍ଷା କରିବ କଂଗ୍ରେସ

ନୂଆଦିଲ୍ଲୀ : ଏଆଇସିସି ଖୁବ୍‌ଶିଘ୍ର ବୁଥ୍‌ରୁ ପ୍ରଦେଶ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତାମାନଙ୍କର ଡାଟାବେସ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମର ସମୀକ୍ଷା କରିବ। ପୂର୍ବରୁ କଂଗ୍ରେସ ସବୁ ରାଜ୍ୟର ସଭାପତିମାନଙ୍କୁ ବୁଥ୍‌ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ଚିହ୍ନଟ କରି ସେମାନଙ୍କୁ ଦାୟିତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲା। ଏହାପରେ ବ୍ଲକ୍, ଜିଲ୍ଲା ଓ ରାଜ୍ୟ ସ୍ତରର କର୍ମୀମାନଙ୍କ ଡାଟାବେସ୍‌ ପ୍ରସ୍ତୁତ ପାଇଁ କୁହାଯାଇଥିଲା। ଏହାଦ୍ବାରା ଲୋକସଭା ନିର୍ବାଚନ ପୂର୍ବରୁ ବୁଥ୍‌ରୁ ରାଜ୍ୟ ପର୍ଯ୍ୟନ୍ତ ଦଳ ସହ ଜଡ଼ିତ ନେତାମାନଙ୍କର ତଥ୍ୟ ଉପଲବ୍ଧ ହୋଇପାରିବ। ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଏଆଇସିସିର ରାଜ୍ୟ ପ୍ରଭାରୀମାନଙ୍କୁ କୁହାଯାଇଛି। ଏହାଦ୍ବାରା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିପାରିବ। ବର୍ତ୍ତମାନ ଦେଶରେ ୧୦ ଲକ୍ଷରୁ ଅଧିକ ବୁଥ୍‌ ରହିଛି। ଡାଟାବେସ୍‌ ପ୍ରସ୍ତୁତି ସରିବା ପରେ କଂଗ୍ରେସ ସବୁ ରାଜ୍ୟରେ ଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ପ୍ରଚାର କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର