ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଆସନ୍ତାକାଲି ଅନ୍ତିମ ରୂପ ଦେବ କଂଗ୍ରେସ

ନୂଆଦିଲ୍ଲୀ:  କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନ ଲାଗି ବୁଧବାର ଦିନ ତା’ର ପ୍ରାର୍ଥୀମାନଙ୍କର ପ୍ରଥମ ପର୍ଯ୍ୟାୟ ତାଲିକାକୁ ଅନ୍ତିମ ରୂପ ଦେବ ବୋଲି ଜଣାଯାଇଛି। ଉତ୍ତର ପ୍ରଦେଶ,ମହାରାଷ୍ଟ୍ର ଓ ଅରୁଣାଚଳ ପ୍ରଦେଶରେ ଦଳ ନିଜର ପ୍ରାର୍ଥୀମାନଙ୍କ ତାଲିକାକୁ ଅନ୍ତିମ ରୂପ ନେବା ଲାଗି କେନ୍ଦ୍ରୀୟ ନିର୍ବାଚନ କମିଟି ଆଲୋଚନା କରିବ ବୋଲି ଜଣାଯାଇଛି। ଉତ୍ତରପ୍ରଦେଶର ୮୦, ମହାରାଷ୍ଟ୍ରରେ ୪୮ ଓ ଅରୁଣାଚଳ ପ୍ରଦେଶରେ ଦୁଇଟି ଲୋକସଭା ଆସନ ରହିଛି। କଂଗ୍ରେସ ମହାରାଷ୍ଟ୍ରରେ ଏନସିପି ସହିତ ମେଣ୍ଟ କରିବାର ନିଷ୍ପତ୍ତି ନେଇଥିବା ବେଳେ ଉତ୍ତର ପ୍ରଦେଶର ସବୁ ଆସନରେ କଂଗ୍ରେସ ଏକାକୀ ଲଢିବ ବୋଲି ଜଣାଯାଇଛି।

ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଗଠିତ ୧୩ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀମାନଙ୍କ ତାଲିକା ପ୍ରସ୍ତୁତ କରିବ। ଏହି କମିଟିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିହ,ବରିଷ୍ଠ କଂଗ୍ରେସ ନେତା ଏ କେ ଆଣ୍ଟୋନି, ଅହମ୍ମଦ୍‌ ପଟେଲ, ଜନାର୍ଦ୍ଦନ ଦ୍ୱିବେଦୀ, ଅମ୍ବିକା ସୋନି, ଅଶୋକ ଗେହଲୋଟ୍‌, ଗିରିଜା ବ୍ୟାସ, ମୁକୁଲ ଓ୍ଵାସନିକ୍‌,ଏ.ବୀରପ୍ପା ମୋଇଲି,ଓସ୍କାର ଫର୍ଣ୍ଣାଣ୍ଡିଜ୍‌ ଓ ମୋହସିନା କିଦ୍‌ଓ୍ଵାଇ ପ୍ରମୁଖ ସଦସ୍ୟ ଅଛନ୍ତି।

 

ସମ୍ବନ୍ଧିତ ଖବର