ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜେଏମଏମ ସହିତ ମେଣ୍ଟ କରିବ କଂଗ୍ରେସ

ରାଞ୍ଚି : ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟର ଭଲ ପ୍ରଦର୍ଶନ ପରେ ଝାଡ଼ଖଣ୍ଡ ନିର୍ବାଚନରେ ମଧ୍ୟ ଛୋଟ ଆଞ୍ଚଳିକ ଦଳଙ୍କ ସହ ମେଣ୍ଟ କରିବାକୁ ବିଚାର କରୁଛି । ଆଦିବାସୀବହୁଳ ଏହି ରାଜ୍ୟରେ କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହ ମେଣ୍ଟ କରିବାକୁ ଆଲୋଚନା ଚଳାଇଥିବାବେଳେ ୮୧ ସଦସ୍ୟ ବିଶିଷ୍ଟ ଏହି ରାଜ୍ୟରେ ନିଜେ ମାତ୍ର ୨୫ ରୁ ୩୦ ଆସନରେ ଲଢି ଅବଶିଷ୍ଟ ଆସନ ଜେଏମଏମକୁ ଛାଡିବାକୁ ରାଜି ହୋଇପାରେ କଂଗ୍ରେସ ।

ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇଥିଲେ ମଧ୍ୟ ସରକାର ଗଢିବା ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଦୂରରେ ରହିଛି । ଏହା ବିରୋଧୀ ଦଳଙ୍କୁ ଉତ୍ସାହିତ କରିଛି । ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ହତୋତ୍ସାହିତ ହୋଇପଡିଥିବା ବିରୋଧୀ ଦଳଙ୍କ ଆଶାର କିରଣ ଦେଖାଦେଇଛି । ଜାତୀୟ ସ୍ତରରେ ବିଜେପିର ବିକଳ୍ପ ନଥିବା ପ୍ରମାଣିତ ହୋଇଥିଲେ ମଧ୍ୟ ରାଜ୍ୟ ସ୍ତରରେ ବିଜେପିକୁ ହରାଇହେବ ବୋଲି ବିରୋଧୀ ଦଳମାନଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ରଣନୀତି ବଦଳାଇଛି ଓ ଆଞ୍ଚଳିକ ଦଳଙ୍କ କନିଷ୍ଠ ସହଯୋଗୀ ହେବାକୁ ରାଜି ହେଉଛି । ଝାଡ଼ଖଣ୍ଡରେ ନଭେମ୍ବର କିମ୍ବା ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବ ।

ସମ୍ବନ୍ଧିତ ଖବର