ରାଜସ୍ଥାନ : ରାଜେଙ୍କ ରାଜ୍ ଶେଷ ! କ୍ଷମତାକୁ ଫେରିବ କଂଗ୍ରେସ

ଜୟପୁର: ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ହାତରୁ ଶାସନ ଡୋରି ଖସିବା ଏକ ପ୍ରକାର ନିଶ୍ଚିତ ହୋଇପଡ଼ିଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନ ସଭାର ୧୯୯ଟି ଆସନରେ ଭୋଟ ଗଣନା ଚାଲିଛି। ହସ୍ତଗତ ହୋଇଥିବା ସୂଚନା ଅନୁସାରେ କଂଗ୍ରେସ ୧୦୧ ଆସନରେ ବିଜୟୀ ହୋଇ ଥିବା ବେଳେ ବିଜେପି ୭୩ରେ ସୀମୀତ ରହିଛି। ଏଠାରେ ଅନ୍ୟମାନେ ୨୫ (୨୧ ବିଜୟୀ ଓ ୪ ଆଗୁଆ) ଆସନ ପାଇବେ।

ଏଠାରେ ଯେହେତୁ ମ୍ୟାଜିକ ନମ୍ବର ୧୦୧ ରହିଛି ତେଣୁ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢି ଶାସନକୁ ଆସିବା ନିଶ୍ଚିତ ହୋଇପଡିଛି। କାରଣ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ଅନ୍ୟ ଦଳର ସବୁ ବିଧାୟକଙ୍କୁ ନିଜ ପକ୍ଷକୁ ଆଣି ସରକାର ଗଢିବା ସମ୍ଭବ ନୁହେଁ। ଅନ୍ୟ ପଟେ ବହୁଜନ ସମାଜ ପାର୍ଟି ବିଜେପିକୁ ସମର୍ଥନ ଦେବ ନାହିଁ ବୋଲି ଏହାର ନେତ୍ରୀ ମାୟାବତୀ ଘୋଷଣା କରିଛନ୍ତି।

ରାଜସ୍ଥାନରେ କଂଗ୍ରେସର ସଫଳତା ପରେ ବରିଷ୍ଠ ନେତା ଅଶୋକ ଗେହଲଟ୍ କହିଛନ୍ତି କି ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନେବେ। ସେହିପରି ରାଜସ୍ତାନ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସଚିନ୍ ପାଇଲଟ ନିର୍ବାଚନ ସଫଳତାର ଶ୍ରେୟ ରାହୁଲଙ୍କୁ ଦେଇଛନ୍ତି। ଅନ୍ୟପକ୍ଷରେ ପରାଜୟ ନେଇ କୌଣସି ବକ୍ତବ୍ୟ ରଖି ନାହାନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ।

ସମ୍ବନ୍ଧିତ ଖବର