ଆଜି ରାଜଘାଟ ଠାରେ ‘ସିଏଏ’ ବିରୋଧରେ କଂଗ୍ରେସର ପ୍ରତିବାଦ; ଟୁଇଟ୍‌ କରି ଜନସାଧାରଣଙ୍କୁ ନିମନ୍ତ୍ରଣ କଲେ ରାହୁଳ ଓ ପ୍ରିୟଙ୍କା

ନୂଆଦିଲ୍ଲୀ: ସୋମବାର ଦିନ କଂଗ୍ରେସ ପାର୍ଟି କେନ୍ଦ୍ରୀୟ ଦିଲ୍ଲୀରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟଠାରେ ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବ।

ଏଥିରେ ଯୋଗ ଦେବାକୁ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ପ୍ରତିବାଦସ୍ଥଳରେ ସମ୍ବିଧାନ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି।

ଟୁଇଟ୍‌ କରି ରାହୁଳ ଗାନ୍ଧୀ ଲେଖିଛନ୍ତି: ଭାରତର ପ୍ରିୟ ଛାତ୍ର ଓ ଯୁବକ, କେବଳ ଭାରତୀୟ ବୋଲି ଅନୁଭବ କରିବା ଯଥେଷ୍ଟ ନୁହେଁ। ତୁମ୍ଭେମାନେ ଭାରତୀୟ ଏବଂ ଘୃଣା ଦ୍ୱାରା ଭାରତକୁ ଧ୍ୱଂସ କରାଇ ଦେବନାହିଁ ବୋଲି ଏଭଳି ଜଟିଳ ପରିସ୍ଥିତିରେ ଦେଖାଇ ଦେବାକୁ ପଡ଼ିବ। ମୋଦୀ-ଶାହା ଭାରତରେ ସୃଷ୍ଟି କରିଥିବା ଘୃଣା ଓ ହିଂସା ବିରୋଧରେ ପ୍ରତିବାଦ କରିବାକୁ ଆଜି ଅପରାହ୍ଣ ୩ଟାରେ ରାଜଘାଟ ଠାରେ ମୋ ସହିତ ଯୋଗ ଦିଅନ୍ତୁ।

Image Source: News8

କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟୁଇଟ୍‌ କରି ଜନସାଧାରଣଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ଲେଖିଛନ୍ତି: ଏ ଦେଶ ହେଉଛି ଏକ ସାମୂହିକ ବନ୍ଧନ, ସାମୂହିକ ସ୍ୱପ୍ନର ଦେଶ। ଶ୍ରମ ବଳରେ ଆମେ ଏ ଦେଶକୁ ବିକଶିତ କରିଛୁ। ଭାଗ ଭାଗ କରି ଶାସନ କରାଯିବା ରାଜନୀତିରୁ ଆମେ ଏ ଦେଶକୁ ରକ୍ଷା କରିବା। ଆସନ୍ତୁ, ଅପରାହ୍ଣ ୩ଟା ବେଳେ ରାଜଘାଟସ୍ଥିତ ବାପୁଙ୍କ ସ୍ମାରକୀରେ ଆମ ସହ ଯୋଗ ଦେଇ ସମ୍ବିଧାନ ପାଠ କରିବେ।

ସମ୍ବନ୍ଧିତ ଖବର