ଟିକା ନଷ୍ଟ ଉପରେ ଗୁରୁତ୍ୱ ଦେବାକୁ କଂଗ୍ରେସ ମହାସଚିବମାନଙ୍କୁ ପରାମର୍ଶ ଦେଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର କର୍ମୀମାନଙ୍କୁ କରୋନା ଟିକା ଉପରେ କାର୍ଯ୍ୟ କରିବାକୁ ଏବଂ ଟିକା ଯେଭଳି ନଷ୍ଟ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ଗୁରୁବାର ଦିନ ଏକ ଭର୍ଚୁଆଲ୍ ବୈଠକରେ ସୋନିଆ ଗାନ୍ଧୀ କଂଗ୍ରେସ କର୍ମୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି | ଏହି ବର୍ଷର ଶେଷ ଭାଗରେ, କିଭଳି ଦେଶର ୭୫ ପ୍ରତିଶତ ଜନସାଧାରଣଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯାଇପାରିବ ସେଥିପ୍ରତି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ କହିଛନ୍ତି।

ଏହି ବୈଠକରେ କରୋନା ଟିକା ବ୍ୟତୀତ ଖାଇବା ତେଲର ଦରବୃଦ୍ଧି, ଡାଲି, ଘରୋଇ ସାମଗ୍ରୀ, ଇନ୍ଧନର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ସଭାପତି ଦୁଃଖ ପ୍ରକାଶ କରିଛନ୍ତି। ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଦଳର ସାଧାରଣ ସମ୍ପାଦକ ତଥା ପିସିସି ସଭାପତିମାନେ ଏହି ଭର୍ଚୁଆଲ୍ ବୈଠକରେ ଭାଗ ନେଇଥିଲେ। ସୂଚନା ଥାଉ କି ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ସମ୍ବନ୍ଧିତ ଖବର