ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେଉଛି ମୋ ପାଇଁ ଜନତାଙ୍କର ସର୍ବୋତ୍ତମ ଜନ୍ମଦିନ ଉପହାର ବୋଲି ରାଜ୍ୟ କଂଗ୍ରେସ ସଭାପତି ଡି. କେ. ଶିବକୁମାର କହିଛନ୍ତି।

Advertisment

ଆଜି ୬୨ତମ ଜନ୍ମଦିନ ପାଳିବା ଅବସରରେ ୮ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡି. କେ. ଶିବକୁମାର କହିଛନ୍ତି, କର୍ଣ୍ଣାଟକବାସୀଙ୍କ ସେବା ନିମନ୍ତେ ମୋ ଜୀବନ ଉତ୍ସର୍ଗୀକୃତ। ମୋ ଜନ୍ମଦିନ ଅବ୍ୟବହିତ ପୂର୍ବରୁ କର୍ଣ୍ଣାଟକବାସୀ ମତେ ସର୍ବୋତ୍ତମ ଉପହାର ପ୍ରଦାନ କରିଛନ୍ତି। ଆନ୍ତରିକ ଅଭିନନ୍ଦନ ପାଇଁ କଂଗ୍ରେସ ପରିବାର ନିକଟରେ ମଧ୍ୟ କୃତଜ୍ଞ।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଆଜି ଦିଲ୍ଲୀ ଯିବା ଉଚିତ କି, ଅନୁଚିତ ସେ ବିଷୟରେ ସେ ଏପର୍ଯ୍ୟନ୍ତ ଦ୍ବନ୍ଦ୍ବରେ ଅଛନ୍ତି।

କିଛି ସାମ୍ବାଦିକମାନଙ୍କୁ ଶିବକୁମାର କହିଛନ୍ତି, ଦିଲ୍ଲୀ ଯିବା କଥା ଏପର୍ଯ୍ୟନ୍ତ ସ୍ଥିର କରିନାହିଁ। କାରଣ ରାଜ୍ୟର ଅନେକ ସ୍ଥାନରୁ ଅନେକ ଲୋକ ଆସୁଛନ୍ତି ଏବଂ ଆଜି ମୋ ଜନ୍ମଦିନ ହୋଇଥିବାରୁ ଘରେ ଛୋଟଧରଣର ପୂଜା ଆୟୋଜନ କରାଯାଇଛି। ଆଉ କିଛି ପୂଜା ଥିବାରୁ ମୁଁ କେତେକ ମନ୍ଦିରକୁ ଯିବି।

ସୂଚନାଯୋଗ୍ୟ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଅନ୍ୟତମ ଆଶାୟୀ ଶିବକୁମାର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହିତ ଆଜି ଦିଲ୍ଲୀ ଯିବା କଥା। ସେଠାରେ ସେମାନେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ଏବଂ ପର୍ଯ୍ୟବେକ୍ଷକ ଟିମ୍‌ଙ୍କ ସହିତ ବୈଠକରେ ଯୋଗ ଦେଇ ପାରନ୍ତି।