ଲେହ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଚାଲିଥିବା ପ୍ରତିବାଦ ବୁଧବାର ହିଂସାତ୍ମକ ରୂପ ନେଇଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୨ରୁ ଅଧିକ ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି।

Advertisment

ଭାରତୀୟ ଜନତା ପାର୍ଟି(ବିଜେପି)ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଲଦାଖରେ ହିଂସାରେ ଜଣେ ସ୍ଥାନୀୟ କଂଗ୍ରେସ ଦଳର ନେତା ସକ୍ରିୟ ଭାବରେ ସାମିଲ ଅଛନ୍ତି। ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ ମାଲବ୍ୟ ଲେଖିଛନ୍ତି, ଲଦାଖରେ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତି ହେଉଛନ୍ତି ଫୁଣ୍ଟସୋଗ୍ ଷ୍ଟାଞ୍ଜିନ୍ ସେପାଗ। ସେ କଂଗ୍ରେସ ଦଳର ଉପର ଲେହ ୱାର୍ଡର କାଉନସିଲର।

ବିଜେପି ମୁଖପାତ୍ର  ଦଳୀୟ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି, "କଂଗ୍ରେସର ମନ୍ଦ ଉଦ୍ଦେଶ୍ୟ ଅଛି। ଏହା କଂଗ୍ରେସର ଏକ ଷଡ଼ଯନ୍ତ୍ର। କଂଗ୍ରେସ ଦଳ ଜନସାଧାରଣଙ୍କ ସମର୍ଥନ ପାଇପାରୁନାହିଁ, ତେଣୁ  ଦେଶକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି।

ରାହୁଲ ଗାନ୍ଧୀ ବାଂଲାଦେଶ ଏବଂ ନେପାଳ ଭଳି ପରିସ୍ଥିତି ସୃଷ୍ଟି କରିବା ପାଇଁ ବାରମ୍ବାର ଯୁବପିଢ଼ିଙ୍କୁ ଉସୁକାାଉଛନ୍ତି। ଆଜିକାଲି ଫିଲିପାଇନ୍ସରେ ଏହା ଘଟୁଛି। ସେ ଭାରତରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହା କ'ଣ କଂଗ୍ରେସ ପାଇଁ ସଠିକ୍ ନେତୃତ୍ୱ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ମନେ ରଖିବା ଉଚିତ ଯେ ଭାରତରେ ଏପରି ପ୍ରୟାସ ସଫଳ ହେବ ନାହିଁ। ଭାରତ ହଜାର ହଜାର ବର୍ଷ ପୁରୁଣା ଏକ ସଭ୍ୟତା। ଏହି ଦେଶର ଲୋକଙ୍କ ପାଖରେ ଭଲ ଏବଂ ଖରାପ ମଧ୍ୟରେ ପାର୍ଥକ୍ୟ କରିବାର କ୍ଷମତା ଅଛି। ଲୋକମାନେ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସରକାର ସେମାନଙ୍କ ପାଇଁ କ'ଣ କରୁଛନ୍ତି।

ସେମାନେ ଜାଣନ୍ତି ଯେ ୨୦୧୪ ପୂର୍ବରୁ ପରିସ୍ଥିତି କ’ଣ ଥିଲା ଏବଂ ଆଜି କ’ଣ ଅଛି। ଆଜି, ଆମେ ବିଶ୍ୱରେ ଏକ ଉଜ୍ଜ୍ୱଳ ତାରା ପରି। ଏହି ଦେଶର ଲୋକମାନେ ସବୁକିଛି ଜାଣନ୍ତି। ଯଦି ଆପଣ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ତେବେ ଲୋକମାନେ ଜବାବ ଦେବେ।

ଘଟଣାର ଫଟୋ ଦେଖାଇ ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସମ୍ୟାନ୍ ଷ୍ଟାନଜିଂ ସେପାଙ୍ଗ୍ ଉପର ଲେହ ୱାର୍ଡର ଜଣେ କାଉନସିଲର। ସେ ଯୁବକମାନଙ୍କୁ ଉସୁକାଇଥିଲେ। ତାଙ୍କୁ ଏକ ଅସ୍ତ୍ର ଧରି ବିଜେପି କାର୍ଯ୍ୟାଳୟ ଆଡକୁ ଯାଉଥିବାର ଦେଖିବାକୁ ମିଳୁଛି। ସେ ଭିଡ଼କୁ ଉସୁକାଇ ବିଜେପି କାର୍ଯ୍ୟାଳୟକୁ ଟାର୍ଗେଟ କରୁଥିବାର ଦେଖାଯାଉଛି। ସେ ହେଉଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଏପରି ଅନେକ ଫଟୋ ସାମ୍ନାକୁ ଆସିଛି।