ରାଜ୍ୟସଭାରେ ହ୍ବିପ୍ ଜାରିକଲା କଂଗ୍ରେସ

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ରାଜ୍ୟସଭାରେ ହ୍ବିପ୍ ଜାରି କରାଯାଇଛି। ଦଳ ପକ୍ଷରୁ ଏକ ତିନି ଧାଡ଼ିଆ ହ୍ବିପ୍ ଜାରି କରାଯାଇ ସଦସ୍ୟମାନଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲ ରାଜ୍ୟସଭାରେ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିବା ପରେ ଦଳ ପକ୍ଷରୁ ଏହି ହ୍ବିପ୍ ଜାରି କରାଯାଇଛି। କଂଗ୍ରେସ ଦଳ ବିଜେପିର ବିଜୟକୁ ହଜମ କରିପାରୁନାହିଁ କିମ୍ବା ନିଜର ପରାଜୟକୁ ଗ୍ରହଣ କରିପାରୁନାହିଁ। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଆଲୋଚନା କରୁନାହିଁ ଏବଂ ପ୍ରତ୍ୟେକ ନୂଆ ଚିନ୍ତାଧାରା ପ୍ରତି ନକାରାତ୍ମକ ମନୋଭାବ ପୋଷଣ କରୁଛି ବୋଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାବ ପ୍ରସ୍ତାବ ଆଲୋଚନାର ଶେଷରେ ପ୍ରଧାନମନ୍ତ୍ରୀ ଏହା କହିଥିଲେ।

ସମ୍ବନ୍ଧିତ ଖବର