ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଶୁକ୍ରବାର ହିମାଚଳପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି। କାଙ୍ଗ୍ରା ଜିଲ୍ଲାର ନରଗୋତା ବଗୱାନ ନିର୍ବାଚନମଣ୍ଡଳୀରେ ଦଳର ପରିବର୍ତ୍ତନ ପ୍ରତିଜ୍ଞା ରୢାଲିରେ ଉଦ୍ବୋଧନ ଦେଇ ପ୍ରିୟଙ୍କା କହିଛନ୍ତି, ‘ହିମାଚଳପ୍ରଦେଶ ଦେଶକୁ ବିପୁଳ ସଂଖ୍ୟାରେ ବୀର ଯବାନ ଦେଇଛି। ହିମାଚଳପ୍ରଦେଶରୁ ଅନେକ ଯବାନ ସହିଦ ହୋଇଛନ୍ତି।
ବିଜେପି ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ଆଣି ହିମାଚଳର ଯବାନଙ୍କ ସୁରକ୍ଷାକୁ ଛଡ଼ାଇ ନେଇଛି। ଯଦି କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କରିବ ତେବେ ସେନାବାହିନୀରେ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଏହା ରଦ୍ଦ କରିଦେବ ବୋଲି ପ୍ରିୟଙ୍କା କହିଛନ୍ତି। ସେହିପରି କଂଗ୍ରେସ ସରକାର ଗଠନ କରିବାପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ରାଜ୍ୟରେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବାପାଇଁ କାମ କରିବ ବୋଲି ପ୍ରିୟଙ୍କା କହିଛନ୍ତି।