ନୂଆଦିଲ୍ଲୀ: ସଂସଦରେ ଅନୁମୋଦିତ ତିନି କୃଷି ଆଇନ କଥାରେ ରବିବାର ଦିନ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ତାଙ୍କ ଦଳ କ୍ଷମତାକୁ ଆସିଲେ ସେଗୁଡ଼ିକୁ ଅଳିଆ କାଗଜ ବାସ୍କେଟ୍ରେ ଫିଙ୍ଗି ଦେବ।
ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ବଧନି କଲାନରେ ଏକ ସାଧାରଣ ସଭାରେ ଭାଷଣ ଦେଇ ଗାନ୍ଧୀ କହିଲେ କରୋନାଭାଇରସ୍ ମହାମାରୀ ମଧ୍ୟରେ ଏହି ଆଇନଗୁଡ଼ିକୁ ପ୍ରଣୟନ କରିବା ଲାଗି କି ପ୍ରକାର ଜରୁରୀ ଆବଶ୍ୟତା ଥିଲା।
ପ୍ରଧାନମନ୍ତ୍ରୀ କହୁଛନ୍ତି କୃଷକମାନଙ୍କ ନିମନ୍ତେ ଆଇନ ପ୍ରସ୍ତୁତ ହୋଇଛି। ଯଦି କୃଷକମାନଙ୍କ ଲାଗି ଆଇନ ହେଲା, ତା’ହେଲେ ଲୋକସଭା ଏବଂ ରାଜ୍ୟସଭାରେ ବିତର୍କ କଲନାହିଁ କାହିଁକି?
/sambad/media/post_attachments/wp-content/uploads/2020/10/rg.jpg) Image Courtesy of The Times of India
 Image Courtesy of The Times of Indiaଯଦି କୃଷକମାନେ ଏ ଆଇନ ପାଇଁ ଆନନ୍ଦିତ, ତେବେ ସେମାନେ ଦେଶବ୍ୟାପୀ ପ୍ରତିବାଦ କରୁଛନ୍ତି କାହିଁକି? କାହିଁକି ପଞ୍ଜାବର ପ୍ରତ୍ୟେକ କୃଷକ ଆନ୍ଦୋଳନ କରୁଛନ୍ତି?
କ୍ଷମତାକୁ ଆସିବା ଦିନ ହିଁ କଂଗ୍ରେସ ପାର୍ଟି ଏହି ‘କଳା ଆଇନ୍’କୁ ରଦ୍ଦ କରିବ ବୋଲି ଗାନ୍ଧୀ କୃଷକମାନଙ୍କୁ ଭରସା ଦେଇଛନ୍ତି। ସେ କହିଛନ୍ତି, ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟି ଦେଉଛି, କଂଗ୍ରେସ କ୍ଷମତାକୁ ଆସିବା ଦିନ ହିଁ ଆମେ ଏହି ତିନୋଟିଯାକ କଳା ଆଇନକୁ ରଦ୍ଦ କରି ଅଳିଆ କାଗଜ ବାସ୍କେଟ୍ରେ ଫିଙ୍ଗିଦେବୁ।
ଏହି ସଭାରେ ଭାଷଣ ଦେଇଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଲେ ଯେ, ସଂସଦରେ ପାରିତ ହୋଇଥିବା ଆଇନକୁ ସଂଶୋଧନ କରାଯାଇ ‘ଏମ୍ଏସ୍ପି’କୁ ବାଧ୍ୟତାମୂଳକ ନ କରାଯିବା ପର୍ଯ୍ୟନ୍ତ ‘ଏମ୍ଏସ୍ପି’ ବିଷୟରେ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତିର କୌଣସି ମୂଲ୍ୟ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/rahul-1.jpg)
