କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଧିକାଂଶ ଆସନରେ ତ୍ରିକୋଣୀୟ ପ୍ରତିଯୋଗିତା ହେଉଛି ଏବଂ ଫଳାଫଳ ଉଭୟ ଟିଏମସି ଏବଂ ବିଜେପି ବିରୋଧରେ ଏବଂ ବାମ-କଂଗ୍ରେସ-ଆଇଏସ୍‌ଏଫ୍‌ ସହଯୋଗୀ ଦଳ ସପକ୍ଷରେ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ ବୋଲି ବରିଷ୍ଠ କଂଗ୍ରେସ ନେତା ବି.କେ ହରିପ୍ରସାଦ ଆଜି କହିଛନ୍ତି।

Advertisment

publive-image

ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଚାର ପରିଚାଳନା ତଦାରଖ କରୁଥିବା ବି.କେ ହରିପ୍ରସାଦ ମଧ୍ୟ ଏହି ଦାବିକୁ ଖାରଜ କରିଦେଇଛନ୍ତି ଯେ କଂଗ୍ରେସ ଦଳ ନିଜର ସମସ୍ତ ଶକ୍ତି ସହିତ ନିର୍ବାଚନ ଲଢ଼ୁନାହିଁ। ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ସମସ୍ତ କଂଗ୍ରେସ ନେତା ତଥା କର୍ମୀ ନିର୍ବାଚନରେ ପୂରାଦମ୍‌ରେ ଅଛନ୍ତି ଏବଂ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ଆଗାମୀ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିବେ। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ମତଦାନ ପାଇଁ ପ୍ରଚାର କରିବେ ବୋଲି ଆଶା କରାଯିବାର ଗୋଟିଏ ଦିନ ପୂର୍ବରୁ ଏପରି ମନ୍ତବ୍ୟ ଦେଇଛନ୍ତି ହରିପ୍ରସାଦ।

publive-image

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କେବଳ ମାତ୍ର ଭାରତୀୟ ଜନତା ପାର୍ଟି (ବିଜେପି) ଓ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ସୀମିତ ରହିଛି ବୋଲି ହେଉଥିବା ଅଭିଯୋଗକୁ ଖଣ୍ଡନ ହରିପ୍ରସାଦ କହିଛନ୍ତି ଯେ ଏହା କେବଳ ମାତ୍ର ଗଣମାଧ୍ୟମର ଏକ ଧାରଣା। ପଶ୍ଚିମବଙ୍ଗର ମତଦାତାମାନେ ହୃଦୟଙ୍ଗମ କରିଛନ୍ତି ଯେ ସେମାନେ ୨୦୧୬ (ବିଧାନସଭା ନିର୍ବାଚନ) ଏବଂ ୨୦୧୯ (ଲୋକସଭା ନିର୍ବାଚନ)ରେ ଭୁଲ୍‌ କରିଛନ୍ତି। ତେଣୁ, ବର୍ତ୍ତମାନ ତ୍ରିକୋଣୀୟ ଲଢ଼େଇ ହେଉଥିବାରୁ ସେମାନେ ସେ ଭୁଲକୁ ଆଉ ଦୋହରାଇବେ ନାହିଁ ଏବଂ କଂଗ୍ରେସ ଏଠାରେ ଆକର୍ଷଣୀୟ ଫଳାଫଳ କରିବ ବୋଲି ସେ କହିଛନ୍ତି।